ପାରାଵିଲ୍ ରେ ଖୋଲିଲା ” ନନା ହାଣ୍ଡିଶାଳ “

କଟକ ସଦର ,୨୨/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ପାରାଵିଲ ଠାରେ ଆଜି ସୋମବାର ଦିନ ଓଡ଼ିଆ ଖାଦ୍ୟ ସମ୍ଭାରକୁ ନେଇ ଖୋଲିଲା ଅତ୍ୟାଧୁନିକ ନନା ହାଣ୍ଡିଶାଳ । ଏହାକୁ ବିଷ୍ଣୁପ୍ରିୟା ସେବା ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରିଥିଲେ।

 ଏଥିରେ ସ୍ଥାନୀୟ ସରପଞ୍ଚ ରତ୍ନାକର ରାଉତ, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ପରମହଂସ ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ନିର୍ମଳ ଦାସ, ପୂର୍ବତନ ସରପଂଚ ଅନିରୁଦ୍ଧ ରାଉଳ, ଆୟତପୁର ସରପଂଚ ରାକେଶ ବେହେରା, ଫକିରପଡା ସମିତି ସଭ୍ୟ ସନ୍ତୋଷ ରାଉତ, ଧରଣୀଧର ପଣ୍ଡା ଙ୍କ ସମେତ କିଶନନଗର ଓ କନ୍ଦରପୁର ଥାନା ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହାକୁ ହାଣ୍ଡିଶାଳ ର ସତ୍ୱ।ଧିକାରୀ ଵିନୋଦ କୁମାର ଦାଶ ଓ ଜିତେନ୍ଦ୍ର କୁମାର ଦାଶ ଙ୍କ ସମେତ ମଳୟ ରଂଜନ ଦାଶ, ଲକ୍ଷ୍ମୀଧର ବାଡି,ରାଜେଶ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *