୪୧ତମ ଖଣି ସୁରକ୍ଷା ସପ୍ତାହ ପାଳିତ

କୋଇଡା, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)-  କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଧାନବାଦ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ଅଧିନ ଭୁବନେଶ୍ବର ଧାତବ ଖଣି ସମୂହ ଜୋନ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଂଚଳ ମାଲଦା ଗ୍ରାମ ପଂଚାୟତ ଅନ୍ତର୍ଗତ ଏମ୍.ଜି.ଏମ୍. ମିନେରାଲସ୍ ଲିମିଟେଡ୍‌ର ପଟ୍ଟାବେଡ଼ା ଲୌହ ଖଣିରେ ୧୬.୧୨.୨୦୨୩ ରିଖ ଶନିବାର ଦିନ ୪୧ତମ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଖଣି ମୂଖ୍ୟ ପ୍ରବନ୍ଧକ ହିମାଂଶୁ ଶେଖର ପଟ୍ଟନାୟକ ଉକ୍ତ ଅବସରରେ ପତାକା ଉତୋଳନ କରିବା ସହ ଉପସ୍ଥିତ କର୍ମଚାରୀମାନଙ୍କୁ ଖଣି ନିୟମ ପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ। ଖଣି ପରିଦର୍ଶନମଣ୍ଡଳୀ ମୂଖ୍ୟ ମନୋଜ କୁମାର (ଖଣ୍ଡବନ୍ଧ ଲୌହ ଖଣି)ଙ୍କ ନେତୃତ୍ବରେ ଖଣି ପରିଦର୍ଶନ କରିବା ସହ ସୁରକ୍ଷା ସଚେତନତା କାର୍ଯ୍ୟର ମୂଲ୍ୟାୟନ କରାଯାଇଥିଲା ।

 ସନ୍ଧ୍ୟାରେ ଖଣି ସୁରକ୍ଷା ପାଳନ ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଖଣିର ମୂଖ୍ୟ ପ୍ରବନ୍ଧକ ହିମାଂଶୁ ଶେଖର ପଟ୍ଟନାୟକ, ଖଣି ଉପ-ମୂଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ଚର୍ତୁଭୂଜ ସାହୁ ଓ ଅନ୍ୟାନ ବରିଷ୍ଠ ଅଧିକାରୀ ତଥା କର୍ମଚାରୀଙ୍କ ସହିତ ଖଣି ପରିଦର୍ଶନମଣ୍ଡଳୀ ମୂଖ୍ୟ  ମନୋଜ କୁମାର (ଖଣ୍ଡବନ୍ଧ ଲୌହ ଖଣି)ଙ୍କ ସହ ଅନ୍ୟ ପରିର୍ଶନକାରୀ ସଦସ୍ୟ  ଜନ୍ମଜୟ ମହାନ୍ତ (ସିଲିଜୋଡ଼ା କାଳିମାଟି ଲୌହ ଓ ମାଙ୍ଗାନିଜ୍ ଖଣି), ଅଭିଶେକ ହୋତା (ଗଣୁଆଁ ଲୌହ ଖଣି), ବିନୋଦ କୁମାର ସାଇଁ (ମୁର୍ଗାବେଡ଼ା ଲୌହ ଖଣି)ଆଦି ଉପସ୍ଥିତ ରହି ଖଣି କର୍ମଚାରୀମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ବିଭିନ୍ନ ମଡେଲ, ପୋଷ୍ଟର ଆଦିକୁ ବୁଲି ଦେଖିବା ସହ ଅନୁଷ୍ଠିତ ସଭାରେ ଜଣଙ୍କ ପରେ ଜଣେ ଅତିଥି ଖଣି ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ନିଜ ଅଭିଭାଷଣରେ ରଖିଥିଲେ । ଅତିଥିମାନେ ଖଣି ସୁରକ୍ଷା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ କାର୍ଯଦକ୍ଷତା ଆଧାରରେ କର୍ମଚାରୀମାନଙ୍କୁ ମଧ୍ୟ ପୁରସ୍କାର କରିଥିଲେ ।

ଶେଷରେ କର୍ମଚାରୀମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା ଖଣି ସୁରକ୍ଷା ସଚେତନତା ସମ୍ୱନ୍ଧୀୟଏକ ନାଟକକୁ ସମସ୍ତ ଉପସ୍ଥିତ ଅତିଥି ତଥା କର୍ମଚାରୀ ବୃନ୍ଦ ଉପଭୋଗ କରିଥିଲେ । ବରିଷ୍ଠ ଖଣି ପରିଚାଳକ ସତ୍ୟଜିତ୍ ପଣ୍ଡା, ବରିଷ୍ଠ ଭୂତତ୍ବବିତ୍ ମାନସ ରଂଜନ ପାତ୍ର ଓ ଖଣି ଉପ-ପରିଚାଳକ ପ୍ରଦୀପ କୁମାର ଶତପଥୀ ପ୍ରମୁଖ ଖଣି ସୁରକ୍ଷା ସପ୍ତାହ ପାଳନର ସମସ୍ତ କାର୍ଯକ୍ରମକୁ ସଠିକ୍ ରୂପରେ ପରିଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *