ଗରଦପୁର ବ୍ଲକ୍ ର କୋରୁଆରେ ମୁଗ ମଣ୍ଡି ଉଦଘାଟିତ

ଗରଦପୁର, ୨୩/୬/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ର କୋରୁଆ ସ୍ଥିତ ଗରଦପୁର ଆଗ୍ରୋଫେସ୍ ଫାରମର୍ସ ପ୍ରଡୁ୍ୟସର କମ୍ପାନୀ ଲିମିଟେଡ୍ ରେ ମୁଗ ମଣ୍ଡି ଉଦଘାଟିତ ହୋଇଯାଇଛି । ଗରଦପୁର ବ୍ଲକ ୍ରେ ଥିବା ଚାଷୀମାନଙ୍କ ମୁଗ ବିକ୍ରିର ସୁବିଧା ପାଇଁ ସରକାରଙ୍କ ତରଫରୁ ବିଧିବଦ୍ଧ ଭାବେ ଏହି ମଣ୍ଡି ଖୋଲାଯାଇଛି । ଏହି ମଣ୍ଡିରେ ଚାଷୀମାନେ ସେମାନଙ୍କ ଜମିରୁ ଉତ୍ପାଦିତ ହୋଇଥିବା ମୁଗ ବିକ୍ରି କରିପାରିବେ । ମୁଗର ସରକାରୀ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୮ହଜାର ୫ଶହ ୫୮ଟଙ୍କା ରହିଛି । ଗରଦପୁର ଆଗ୍ରୋଫେସ୍ ଫାରମର୍ସ ପ୍ରଡୁ୍ୟସର କମ୍ପାନୀ ଲିମିଟେଡ୍ କାର୍ଯ୍ୟାଳୟ ପରିସରରେ ଆଗ୍ରୋଫେସ୍ ର ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକ ଏହି ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଗ ବିକ୍ରି କରିବା ପାଇଁ ଚାଷୀମାନେ ଅନ୍ଲାଇନ୍ ରେ ରେଜିଷ୍ଟ୍ରେସନ କରିବା ପାଇଁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଜମି ପଟା, ମୋବାଇଲ୍ ନଂ. ଫଟୋ ଏବଂ ଜମିର ପରିମାଣ ପ୍ରଦାନ କରିବାକୁ ପଡିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଶସ୍ୟ ଗବେଷଣା ପ୍ରତିଷ୍ଠାନର ଡ. ଶାଶ୍ୱତ କୁମାର ପାଣି, ବରିଷ୍ଠ ଅଧିକାରୀ ଶ୍ରୀନୁ ବାନୋଥ, ଲକ୍ଷ୍ମୀକାନ୍ତ ଜି ଙ୍କ ସମେତ ଗରଦପୁର ଆଗ୍ରୋଫେସ୍ ର ନିର୍ଦ୍ଧେଶକ ହେମନ୍ତ ଦାସ, ଉମାନାଥ ପଟ୍ଟନାୟକ, ଅରୁଣ କୁମାର ଜେନା, ଚାଷୀ ରବିନ୍ଦ୍ରନାଥ ମହାନ୍ତି, କେଶବ ଦାସ, ପ୍ରତାପ ପାତ୍ର, ଖଗେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲାବେଳେ ଏହି କାର୍ଯ୍ୟକ୍ରମକୁ ଆଗ୍ରୋଫେସ୍ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ରିଷ୍ଣାକାନ୍ତ ବାରିକ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *