କେନ୍ଦ୍ରାପଡ଼ା, ୨୦/୬/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟର ଏକ ପ୍ରମୁଖ ସ୍ୱେଛାସେବୀ ଅନୁଷ୍ଠାନ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲା ମାଟ୍ରିକ ଟପ୍ପର ହୋଇଥିବା ତଥା ଜିଲାରେ ସର୍ବୋଚ ନମ୍ବର ରଖିଥିବା ରାଜକନିକା ଆର.ଏନ.ହାଇସ୍କୁଲର ଛାତ୍ରୀ ସୁଶ୍ରୀ ଅନନ୍ୟା ବାରିକଙ୍କୁ ଆଜି ଓଳାଭର ଠାରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସୁଶ୍ରୀ ବାରକଙ୍କୁ ଶାଲ, ପୁଷ୍ପଗୁଛ, ମାନପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଉତରୋତର ଉନ୍ନତି କାମନା କରାଯାଇଥିଲା । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶକ୍ରମେ ଟ୍ରଷ୍ଟର ସଂଯୋଜକ ତଥା ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ସମାଜସେବୀ ଭାଗିରଥୀ ଜେନା ଓ ଶ୍ରୀନିବାସ ପ୍ରଧାନ, ଅକ୍ସଫୋର୍ଡ ଇଂରାଜୀ ମିଡିଅମ ସ୍କୁଲର ଅଧ୍ୟକ୍ଷା ମିସ ଡଲି ପ୍ରମୁଖ ଯୋଗଦେଇ ସୁଶ୍ରୀ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶରତ ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।