କଟକ ସଦର ,୨୧/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକର ସମୀକ୍ଷା ବୈଠକରେ ଆଜି ଶୁକ୍ରବାର ଦିନ ଯୋଗଦେଇ ବିଜେପି ର ନୁଆ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପୂର୍ବ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିବା ଜଣାଯାଇଛି। ପୂର୍ବରୁ ଅନିୟମିତତା ମଧ୍ୟରେ ହୋଇଥିବା ଅନେକ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେବା ସହିତ ଆଗାମୀ ଦିନରେ ହେବାକୁ ଥିବା ଜନକଲ୍ୟାଣ କାର୍ଯ୍ୟ ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ବୈଠକ କୁ ଯିବା ପୁର୍ବରୁ ବିଧାୟକ ଓ ବିଡ଼ିଓଙ୍କ ରୁଦ୍ଧ ଦ୍ୱାର ବୈଠକ କିଛି ସମୟ ପାଇଁ ହୋଇଥିବା ଜଣାପଡିଛି। ଏହି ଅବସରରେ ବିଧାୟକଙ୍କୁ ବିଡ଼ିଓ ରୁମନା ଜାଫ୍ରି ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସମ୍ବର୍ଦ୍ଧନା ଜଣାଇଥିଲେ। ସମୀକ୍ଷା ର ସୁଫଳ କିପରି ହେଉଛି ତାକୁ ଦେଖିବାକୁ କେବଳ ଅପେକ୍ଷା ରହିଲା ।
କଟକ ସଦର ଵ୍ଲକର ସମୀକ୍ଷା ବୈଠକରେ ଯୋଗଦେଲେ ନୁଆ ବିଧାୟକ ପ୍ରକାଶ ସେଠୀ
