ଜିଲା ନିମ୍ନମାଧ୍ୟମିକ ଶିକ୍ଷକ ସଂଘ କର୍ମକର୍ତାଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ

କେନ୍ଦ୍ରାପଡ଼ା, ୧୯/୬/୨୦୨୪ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ଜିଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର କର୍ମକର୍ତାମାନେ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଓଡିଶା ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ରଙ୍କ ନେତୃତ୍ୱରେ ସଂଘର କେନ୍ଦ୍ରାପଡା ବ୍ଲକ ସହ -ସମ୍ପାଦକ ସେକ୍ ମନସୁର ଅଲ୍ଲୀ, ପଟ୍ଟାମୁଣ୍ଡାଇ ବ୍ଲକ ସମ୍ପାଦକ କରୁଣାକର ଭଳ, ଜିଲା ପିଷ୍ଟା ସଭାପତି ଦିବାକର ବାରିକ, କେନ୍ଦ୍ରାପଡା ବ୍ଲକ ପିଷ୍ଟା ସମ୍ପାଦକ ପ୍ରଭଞ୍ଜନ ରାଉତ, କେନ୍ଦ୍ରାପଡା ବ୍ଲକ ପିଷ୍ଟା ସଭାପତି ବିଭୁପ୍ରସାଦ ନାୟକ ଓ ଡେରାବିଶ ବ୍ଲକ ପିଷ୍ଟା ସଭାପତି ବିପିନ ବିହାରୀ ପାତ୍ର ପ୍ରମୁଖ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।  ଆଗାମୀ ଦିନରେ ସେହିସବୁ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ମନ୍ତ୍ରୀ ଶିକ୍ଷକ ସଂଘର ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *