ନିପୁଣ ଓଡ଼ିଶା ମିଶନ ର ଜିଲ୍ଲା ସ୍ତରୀୟ ଶୁଭ ଉନ୍ମୋଚନ।

 ଜଗତସିଂହପୁର ,୦୪/୧୦/୨୦୨୪ (ଓଡ଼ିଶା ସମାଚାର)-ଜଗତସିଂହପୁର  ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ବିଭାଗ ମିଳିତ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା  ସଭାଗୃହ ରେ ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭ ଉନ୍ମୋଚନ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ପ୍ରାଥମିକ ଶିକ୍ଷା ର ଗୁରୁତ୍ଵ ବିଷୟ ରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପ୍ରାଥମିକ ଶିକ୍ଷା କୁ ଅଗ୍ରାଧିକାର ଦେଇ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ସୃଜନତ୍ମକ ଶିକ୍ଷଣ ଶୈଳୀ ଦ୍ଵାରା ଶିକ୍ଷାଦାନ କରିବାକୁ କହିଥିଲେ। ବିଦ୍ୟାଳୟ ର ଭିତ୍ତିଭୂମି ଉନ୍ନତିକରଣ, ଶିକ୍ଷକ ନିଯୁକ୍ତି ତଥା ନୂତନ କୌଶଳ ରେ ଶିକ୍ଷାଦାନ ଆଦିକୁ ଗୁରୁତ୍ଵ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ଉପସ୍ଥିତିରେ ନିପୁଣ ଓଡ଼ିଶା ମିଶନ ଲୋଗୋ, ଲିଫଲେଟ ଓ ସଙ୍ଗୀତର ଶୁଭ ଉନ୍ମୋଚନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ର ସଭ୍ୟ ସଭ୍ୟା, ବ୍ଲକ୍ ର ଅଧ୍ୟକ୍ଷ,ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ, ସମ୍ବଳ ଅଧିକାରୀ , ପ୍ରଧାନ ଶିକ୍ଷକ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର  ସଂଯୋଜକ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ, ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଯୋଗ ଦେଇଥିଲେ।  ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଙ୍କ ମତରେ ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀମାନଙ୍କ ମୂଳଦୁଆ ସୁଦୃଢ଼ ହେଲେ ସେମାନଙ୍କ ମଧ୍ୟରେ ସାକ୍ଷରତା,ଭାଷା ଓ ଗଣିତ କ୍ଷେତ୍ରରେ ସର୍ବନିମ୍ନ ଦକ୍ଷତା ଗୁଡ଼ିକ ସୁନିଶ୍ଚିତ ହେବା ସହିତ ସେମାନଙ୍କର ଚିନ୍ତନ, ସମସ୍ୟା ସମାଧାନ ନିର୍ଣ୍ଣୟ କରିବାର କୌଶଳ ଓ ଦକ୍ଷତା ବୃଦ୍ଧି ପାଇବାରେ ସହାୟକ ହୋଇଥାଏ।ଏହି କାର୍ଯ୍ୟକ୍ରମ ବ୍ଲକ, ସ୍କୁଲ ଓ କ୍ଲଷ୍ଟର ସ୍ତରରେ ମଧ୍ୟ ଉନ୍ମୋଚନ ହେବ।ଏଥିରେ ବ୍ଲକ ସ୍ଥରୀୟ କ୍ଷେତ୍ରୀୟ ଅଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା  ରହିଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ ଅଭିଭାବକ ଓ ଶିକ୍ଷକ ବୈଠକ ନିୟମିତ ବ୍ୟବଧାନରେ ଆୟୋଜନ କରିବାକୁ  ପରାମର୍ଶ ଦେଇଥିଲେ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ  ଶ୍ରୀ ମଲ୍ଲିକ ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ, ଏହାର କାର୍ଯ୍ୟକାରିତା ଓ କ୍ରିୟାନ୍ଵୟନ ଉପରେ ବିଶେଷ ଭାବରେ ଆଲୋକପାତ କରି ରାଜ୍ୟ ସରକାର ଉକ୍ତ କାର୍ଯ୍ୟକ୍ରମକୁ ସେପ୍ଟେମ୍ବର ୫, ୨୦୨୪ ପବିତ୍ର ଗୁରୁଦିବସ ଦିନ ରାଜ୍ୟସ୍ତରରେ ଶୁଭାରମ୍ଭ କରିଥିଲେ ବୋଲି ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କର ମୌଳିକ ସାକ୍ଷରତା, ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନ ପରିପ୍ରକାଶ ପାଇବ। ସେମାନେ ଯୋଗ, ବିୟୋଗ, ଗୁଣନ ଓ ହରଣ ଠିକ ଭାବେ କରିପାରିବେ। ଶ୍ରୀ ଶୁଭେନ୍ଦୁ ବରାଳ, ସିନିୟର୍ ଟି ସି  ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ  ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭ ରେ କଣ୍ଟାବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷକ ପଦରଜ ଉମାକାନ୍ତ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଶୈକ୍ଷିକ ଓ ସଂଯୋଜକ, ଶ୍ରୀ ତପନ କୁମାର ନନ୍ଦ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *