ଖଲ୍ଲିକୋଟ ରେ ଚାଞ୍ଚଲ୍ୟ,ଜମି ବିବାଦ କୁ କେନ୍ଦ୍ର କରି ଦାଦା ଓ ଭାଉଜ ଙ୍କୁ ହତ୍ୟା କଲା ପୁତୁରା, କାତି ଜବତ, ଅଭିଯୁକ୍ତ ପୁତୁରା ଥାନାରେ ଅଟକ

ଖଲ୍ଲିକୋଟ ୧୯/୦୧/୨୦୨୪ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗ୍ରାମରେ ଡବଲ ମର୍ଡର । ନିଜ ଦାଦା ଓ ଭାଉଜ କୁ କାତି ରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ପୁତୁରା ।ଖଲ୍ଲିକୋଟ ପୋଲିସ ପହଞ୍ଚି ହତ୍ୟା ରେ ବ୍ୟବହାର ହୋଇଥିବା କାତି କୁ ଜବତ କରିବା ସହ ଅଭିଯୁକ୍ତ ପୁତୁରା କୁ ଥାନାକୁ ନେଇ ପଚରାଉଚରା କରୁଛି ।ମିଳିଥିବା ସୂଚନା ଅନୁଯାୟୀ, ପାଳଧୁଆପଲ୍ଲି ଗ୍ରାମର ବାଉରୀ ଡାକୁଆ ଓ ଶିବ ଡାକୁଆ ଦୁଇ ଭାଇ ।ପାଳଧୁଆପଲ୍ଲୀ ଠାରୁ ଦୁଇ କିଲୋମିଟର ଦୂର ରେ ଅବସ୍ଥିତ ସାକିରି ଗ୍ରାମରେ ଥିବା ପୈତୃକ ଜମି କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଦୀର୍ଘ ଦିନରୁ ଲାଗି ରହିଥିଲା ।ବାଉରୀ ଡାକୁଆ ଙ୍କ ପୁଅ ଡାକ୍ତର ଡାକୁଆ ସାକିରି ଗ୍ରାମ ଜମି ନିକଟରେ ଏକ ଛୋଟିଆ ଘର କରି ରହୁଥିଲେ ।ଆଜି କୌଣସି କାରଣରୁ ରକ୍ତ ମୁଖା ହୋଇ ଯାଇଥିଲା ଡାକ୍ତର ।ଅପରାହ୍ନ ରେ ଜମି ରେ କାମ କରୁଥିବା ଦାଦା ଶିବ ଡାକୁଆ(୬୮) ଙ୍କୁ କାତି ରେ ହାଣି ହତ୍ୟା କରିବା ପରେ ନିଜ ଘର ନିକଟରେ ଛକି ରହିଥିଲା ।ଶ୍ୱଶୁର ଘରକୁ ଫେରି ନ ଥିବାରୁ ବୋହୂ ଜୟନ୍ତୀ ଡାକୁଆ(୪୦) ଖୋଜିବାକୁ ସେଠାକୁ ଆସିଥିଲେ ।ତେବେ ରକ୍ତ ମୁଖା ହୋଇ ପଡ଼ିଥିବା ଡାକ୍ତର ତାଙ୍କୁ ମଧ୍ୟ ଛାଡି ନ ଥିଲା ।ଭାଉଜ ଜୟନ୍ତୀ ଙ୍କୁ ମଧ୍ୟ କାତି ରେ ଅତି ନିର୍ମମ ଭାବେ ହତ୍ୟା କରିଥିଲା ।ଖବର ପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି ଦୁଇଟି ଯାକ ମୃତଦେହ କୁ ଜବତ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ବେଳେ ଅଭିଯୁକ୍ତ ପୁତୁରା ଡାକ୍ତର କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି ।ତାଠାରୁ ହତ୍ୟା ରେ ବ୍ୟବହାର ହୋଇଥିବା କାତି କୁ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୪୦/୨୦୨୪ ଅନୁଯାୟୀ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି ।ଶନିବାର ସକାଳୁ ଉଭୟ ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *