ବର୍ଷିଆନ ସମାଜସେବୀ ପଂଚାନନ ରଥଙ୍କ ବିୟୋଗ

କେନ୍ଦ୍ରାପଡ଼ା, ୧୭/୬/୨୦୨୪ (ଓଡ଼ିଶା ସମାଚାର)- ବର୍ଷିଆନ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଦୁର୍ଯେ୍ୟାଧନ ରଥଙ୍କ ପିତା ପଂଚାନନ ରଥଙ୍କର ୯୫ବର୍ଷ ବୟସରେ ଦୁହୁରିଆ ପାଣ୍ଡିରୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ଦୁର୍ଯେ୍ୟାଧନ, ଦୁଃଶାସନ, ବିନୋଦ, ସତ୍ୟବାଦୀ, ନାତି ଦେବଜ୍ୟୋତି, ରଶ୍ମୀରଞ୍ଜନ, ବିଶେଶ୍ୱର, ସ୍ୱସ୍ତିବ୍ରତଙ୍କ ସମେତ ପରିବାର ଲୋକମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ରଥଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ, ସମାଜସେବୀ ଓ ମିଷ୍ଠଭାଷୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ଜନ୍ମମାଟି ଯାଜପୁର ଜିଲାର କରଜଙ୍ଗା ଗ୍ରାମକୁ ନିଆଯାଇ ଗ୍ରାମ୍ୟ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ଦୁର୍ଯ୍ୟୋଧନ ମୁଖାଗ୍ନ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *