କଲ୍ୟାଣପୁରରେ ରଜମହୋତ୍ସବ, କୃତୀ ପ୍ରତିଯୋଗୀମାନେ ହେଲେ ପୁରସ୍କୃତ 

ମାହାଙ୍ଗା,୧୭/୬/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର ଶ୍ରୀ ଶ୍ରୀ ହରିଗୋସ୍ୱାମୀଙ୍କ ପୀଠ କଲ୍ୟାଣପୁର ଠାରେ ତିନିଦିନ ବ୍ୟାପୀ ଚତୁର୍ଥ ବାର୍ଷିକ ରଜଉତ୍ସବ ପାଳିତ ହୋଇଯାଇଛି।

ଦୋଳିଖେଳ, ପୁଚି ଖେଳ, ନୃତ୍ୟ, ସଂଗୀତ, ଅଭିନୟ,ଆଦି ବିଭିନ୍ନ ପ୍ରତିଯୋଗୀତାରେ ଗାଁର କିଶୋରୀ ଏବଂ ଯୁବତୀମାନେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ସାହିତ୍ୟିକ ତଥା କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ । ଆମ ଉତ୍କଳୀୟ ସଂସ୍କୃତି ଏବଂ ପରମ୍ପରାକୁ ଗଣପର୍ବ ରଜ  ପୁଲକିତ କରୁଥିବା ବେଳେ, ଏହା ସବୁ ବର୍ଗର ଜନତାଙ୍କୁ ବିମୋହିତ କରେ ବୋଲି ଶ୍ରୀ ମହାନ୍ତି କହିଥିଲେ ।  କଳାକାର ଜୟଦେବ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ସମାଜସେବୀ ସୁଧୀର କୁମାର ମହାନ୍ତି, ଶିକ୍ଷକ ନଗେନ୍ଦ୍ର ନାଥ ରାଉତ, ଚନ୍ଦ୍ରମଣି ମହାନ୍ତି, ଅକ୍ଷୟ କୁମାର ମହାନ୍ତି, ପ୍ରମୁଖ ଯୋଗଦେଇଥିଲେ ।  କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ହରି ଗୋସ୍ୱାମୀ ସାଂସ୍କୃତିକ ସାଂସଦ ଓ ପାଠାଗାର ର କର୍ମକର୍ତ୍ତା ମାନେ ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *