୮୯୩ ଲିଟର ଚୋରା ମଦ ଜବତ ୪ ଗିରଫ

କେନ୍ଦ୍ରାପଡ଼ା, ୨୪/୧୦/୨୦୨୫(ଓଡ଼ିଶା ସମାଚାର)-ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ତନ୍ତିଆପାଳ ସାମୁଦ୍ରିକ ଓ ମାର୍ଶାଘାଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮୯୩ ଲିଟର ଚୋରା ମଦ ଜବତ କରାଯିବା ସହିତ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି ।

ଗରଜଙ୍ଗା ଗ୍ରାମର ଚନ୍ଦନ ମହାନ୍ତି(୩୬)ଙ୍କ ଠାରୁ ୨୫ ଲିଟର ଚୋରା ବିଦେଶୀ ମଦ, ପାଟଳିପଙ୍କ ଗ୍ରାମର ମନୋଜ ମହାନ୍ତି(୪୮)ଙ୍କ ଠାରୁ ୪୨୭ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ନଳଦିଆପାଳନ୍ଦ ଗ୍ରାମର ଦେବେନ୍ଦ୍ର ବେହେରା(୪୫)ଙ୍କ ଠାରୁ ୩୮୦ ଲିଟର ଚୋରା ଦେଶୀ ମଦ ଓ ବଡ଼ପାଳ ଗ୍ରାମର ଗୁରୁପଦା ପରିଡା(୩୯)ଙ୍କ ଠାରୁ ୬୧ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ସମୁଦାୟ ୮୯୩ ଲିଟର ଚୋରା ବିଦେଶୀ ଓ ରନ୍ଧା ମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ରୁତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *