ଉତ୍କଳ ସନ୍ତାନ ସମ୍ମାନ ପାଇଲେ ଶିକ୍ଷକ ମନସୁର ଅଲ୍ଲୀ

କେନ୍ଦ୍ରାପଡ଼ା, ୧୭/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଫକିରାବାଦ୍ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ମନସୁର ଅଲ୍ଲୀଙ୍କୁ ଉତ୍କଳ ସନ୍ତାନ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କଟକସ୍ଥିତ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ଏକ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟାଧୀଶ ଏ.ଏସ. ନାଇଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ଲୋକପାଳ ବିଭୂ ପ୍ରସାଦ ପରିଡା, କଟକ- ବାରବାଟୀର ନବ ନିର୍ବାଚିତ ବିଧାୟିକା ସୋଫିଆ ଫିରଦୋସ, ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ   ଶିକ୍ଷକ ସେକ ଅଲ୍ଲୀଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର, ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆଦର୍ଶ ଶିକ୍ଷକ ସେକ ଅଲ୍ଲୀଙ୍କୁ ଶିକ୍ଷା କ୍ଷେତ୍ରରେ ନିଷ୍ଠାପର ଉଦ୍ୟମ ଓ ନିରନ୍ତର ସାଧନା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *