ଚୋରା ଚାଲାଣ ବେଳେ ୧୭୬ଟି କଇଁଛ ଜବତ , ଚାରି ଜଣ ଗିରଫ, ଦୁଇଟି ବାଇକ ଜବତ 

ଭବାନିପାଟଣା,୧୫/୬/୨୦୨୪ (ଓଡ଼ିଶା ସମାଚାର)- କଳାହାଣ୍ଡିରୁ ଚୋରାଚାଲାଣ ହେଉଥିବା ୧୭୬ଟି ଜିଅନ୍ତା କଇଁଛକୁ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ବନ ବିଭାଗ ଜବତ କରି ଚାରି ଜଣଙ୍କୁ ଗିରଫ  କରିଛି। ଦୁଇଟି ବାଇକ ମଧ୍ୟ ଜବତ  କରାଯାଇଛି। ଜବତ  କଇଁଛର ଓଜନ ପ୍ରାୟ ଦୁଇ କ୍ଵିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ଗିରଫ ଚାରି ଜଣ କଳାହାଣ୍ଡିର ବୋଲି ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ଗୋତୋମୁଣ୍ଡା ଗାଁର ଦିଗାମ୍ବର ଗୋପାଳ, ସର୍ଗିଗୁଡ଼ା ଗାଁର ଧର୍ମୁ ଚଲାନ, ତ୍ରିଲୋଚନ ଚଲାନ ଏବଂ ଜଗଦୀଶ ଚଲାନ ବୋଲି ଜଣାପଡିଛି। ଗିରଫ ବ୍ୟକ୍ତିମାନେ ଦୁଇଟି ବାଇକରେ ଗୋତୋମୁଣ୍ଡା ଅଞ୍ଚଳରୁ ଏହି ଜିଅନ୍ତା କଇଁଛ ଗୁଡ଼ିକୁ ଉମରକୋଟ ପଟକୁ ନେଉଥିବା ବେଳେ ଝରିଗାଁ ବନ ବିଭାଗ ଦ୍ଵାରା ଧରାପଡ଼ିଲେ। କଇଁଛ ଚୋରା ଚାଲାଣ ସଂକ୍ରାନ୍ତରେ କୌଣସି ସୂତ୍ରରୁ ଖବର ପାଇ ଝରିଗାଁ ରେଞ୍ଜ ଅଫିସର ଗୋବିନ୍ଦ ନାୟକ ଙ୍କ ନେତୃତ୍ୱରେ ୱାଇଲଡ ଲାଇଫ ଟିମ ଏବଂ ବିଭାଗୀୟ କର୍ମଚାରୀ ମାନେ ଛକି ରହି କଇଁଛ ସହିତ ଚୋରା ଚାଲାଣକାରୀଙ୍କୁ ଧରିଥିଲେ। ଉଦ୍ଧାର କଇଁଛ ଗୁଡିକୁ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଛି। ଗିରଫ ବ୍ୟକ୍ତି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *