କଟକ ସଦର, ୧୪/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଟ ତୋଟା ଠାରେ ଗତକାଲି ଗୁରୁବାର ସଜବାଜ ରାତିରେ ନବନିର୍ବାଚିତ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଜାକଜମକରେ ଉଦଘାଟିତ ହୋଇଯାଇଛି ଚାରି ଦିନିଆ ରଜ ମହୋତ୍ସବ। ଉଦଘାଟନ ଉତ୍ସବରେ ଅତିଥି ଭାବେ ଆଚାର୍ଯ୍ୟ ଅମୃତା ନନ୍ଦ ମହାରାଜ, ହିନ୍ଦୁ ଜାଗରଣ ସମିତି ପ୍ରମୁଖ ତନ୍ମୟ ଦାସ, ଡ଼ାଃ ଵଞ୍ଜୁ ମାରାଣ୍ଡି,ପିଏନଵି ଶାଖା ପ୍ରବନ୍ଧକ ମହେଶ୍ୱର ଦାସ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଜେନା, ଗୀତିକାର, ସଙ୍ଗୀତକାର, କଣ୍ଠଶିଳ୍ପୀ ଅଧ୍ୟାପକ ଦେବେନ୍ଦ୍ର ବାରିକ, ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ଯ୍ୟ, କିଶନନଗର ସରପଂଚ ସୁଜାତା ସେଠୀ,
ଶିଳ୍ପଦୈ।ଗୀ ସୈ।ରଜ ସୁମନ ଦାସ ପ୍ରମୁଖ ଯୋଗ ଦେଇ କୃଷି ଭିତ୍ତିକ ଗଣପର୍ବ ରଜ ମଉଜ ଭାଇଚାରାର ସୁଦୃଢିକରଣ ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଥିଲେ। ମଞ୍ଚ ସଂଯୋଜନା ରେ ରଘୁନାଥ ଆଚାର୍ଯ୍ୟ ସହାୟତା କରିଥିବା ବେଳେ ଉତ୍ସବ ପରିଚାଳନାରେ ବିମଳ ପଣ୍ଡା, ଚିତ୍ତରଂଜନ ସାହୁ,ସମୀର ସେନାପତି,ଖିଚିନ୍ଦ୍ର ମିତ୍ର, ଲକ୍ଷ୍ମୀଧର ଜେନା,ପ୍ରଭାତ ସେଠୀ,ପ୍ରଭାସ ସେଠୀ ପ୍ରମୁଖ ସହାୟତା ଯୋଗାଇ ଥିଲେ।ସବୁ ଦିନ ରାତିରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାଜ୍ୟର ଲଵ୍ଧପ୍ରତିଷ୍ଠିତ କଳାକାରମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ରାଜନୈତିକ ଅଭିସନ୍ଧି ରଖି କିଶନନଗର ଠାରେ ରଜ ମହୋତ୍ସବ କରାଇଦିଆ ନଯିବା ଫଳରେ ତାହା ଯଶପଡା ଠାରେ ଅନୁଷ୍ଠିତ ହୋଇଥିଲା। ହେଲେ ଚଳିତ ବର୍ଷ ରାଜନୈତିକ ପାଣିପାଗ ପରିବର୍ତ୍ତନ ହେବା ଯୋଗୁଁ ତଟ ଉତ୍ସବ ବନ୍ଦ ହୋଇଯାଇଥିବା ଚର୍ଚ୍ଚା ହେଉଛି ।
କିଶନନଗର ଠାରେ ଆରମ୍ଭ ହେଲା ଚାରି ଦିନିଆ ରଜ ମହୋତ୍ସବ
