କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି କ’ଣ ପାଇଁ ଵୋଲି ପ୍ରଶ୍ନ କଲେ କଟକ ସାଂସଦ ଭର୍ତୃହରି

କଟକ ସଦର , ୨୯/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏସିଆ ମହାଦେଶର ସର୍ବବୃହତ କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଦାବି ହୋଇଆସୁଥିଲା ଵେଳେ ଏଥିରେ କେଁ ପୁରାଇଛନ୍ତି କଟକର ଵିଜେଡି ଲୋକସଭା ସାଂସଦ ଭର୍ତୃହରି ମହତାବ। ଜାତୀୟ ମାନ୍ୟତା ମିଳିଲେ କ’ଣ ଅନୁଦାନ ମିଳିଯିବ ନାଁ ଅଧିକ ସରକାରୀ ସହାୟତା ମିଳିଵକି ଵୋଲି ତାତ୍ସଲ୍ୟ କରି କହିଛନ୍ତି ଭର୍ତୃହରି। ଆୟୋଜକ ମାନଙ୍କ ଏହି ଦାଵି ନିରର୍ଥକ ଵୋଲି କହିଛନ୍ତି। ଜାତୀୟ ମାନ୍ୟତା ମିଳିଲେ ୭ ଦିନ ପରିବର୍ତ୍ତେ ୧୫ ଦିନ ବାଲିଯାତ୍ରା ସରସ ସୁନ୍ଦର ରେ ହୋଇପାରିବ ବୋଲି କଟକ ମହାନଗର ନିଗମ ମେୟର ସୁବାସ ସିଂହ ସାଂସଦ ମହତାବଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି। ହେଲେ ସୁବାସ ସିଂହ ରାଜ୍ୟସଭା ସାଂସଦ ଥିବା ବେଳେ କେନ୍ଦ୍ରରେ ଏହି ଦାଵିକୁ ଶାଣିତ କରି କାର୍ୟ୍ୟ ହାସଲ କରିବାରେ ଅସୁବିଧା କେଉଁଠି ଥିଲା ଵୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ଵିଜେଡି ବନାମ ଵିଜେଡି ମଧ୍ୟରେ ବାଲିଯାତ୍ରାକୁ ନେଇ ଉଠିଥିବା ଝଡକୁ ନେଇ ସାଧାରଣରେ କୈ।ତୁହଳ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *