ଯାଜପୁର ଜିଲାର ସଂସ୍କୃତି ଭବନ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ସମଗ୍ର ରାଜ୍ୟକୁ ନୂତନ ଦିଗ୍ ଦର୍ଶନ ଦେବ : ଓଲିଉଡ୍ ସିନେ ଅଭିନେତା ଅରିନ୍ଦମ୍ ରାୟ

ଯାଜପୁର, ୨୯/୧୧/୨୦୨୩ (ଓଡ଼ିଶା ସମାଚାର)-ମିଶନ ଶକ୍ତି ମହା ସଂଘରେ ମହିଳାମାନେ ବ୍ୟାପକ ଭାବେ ସ୍ୱାବଲମ୍ୱି ଓ ଆତ୍ମନିର୍ଭରଶୀଳ ହୋଇ ପରିବାରର ଭରଣ ପୋଷଣ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ମହିଳା ସଶକ୍ତିକରଣକୁ ଅଧିକରୁ ଅଧିକ ସୁଦୃଢ଼ କରୁଛନ୍ତି ବୋଲି ସମଗ୍ର ରାଜ୍ୟରେ ୭୦ ଲକ୍ଷ ମହିଳା ମିଶନ ଶକ୍ତି ମହା ସଂଘରେ ସେମାନଙ୍କର ଯୋଗଦାନ ରାଜ୍ୟ ସରକାରଙ୍କର ମହିଳା ସଶକ୍ତିକରଣରେ ଏକ ବୃହତର ସପଂଳତା ବୋଲି ଊଲ୍ଳେଖ କରି ଆଜି ଯାଜପୁର ଜିଲାର ବ୍ୟାସନଗର ସଂସ୍କୃତି ଭବନ ସିନେମା ପ୍ରେକ୍ଷାଳୟ ଓ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍ ସିନେ ଅଭିନେତା ଶ୍ରୀ ଅରିନ୍ଦମ୍ ରାୟ ଉଦ୍ଘାଟନ କରି ଯାଜପୁର ଜିଲାର ମିଶନ ଶକ୍ତି ମହା ସଂଘ ଏବଂ ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏଭଳି ସୁଦୂର ପ୍ରସାରି ପଦକ୍ଷେପ ସମଗ୍ର ରାଜ୍ୟକୁ ଏକ ନୂତନ ଦିଗ୍ଦର୍ଶନ ଦେବ ବୋଲି ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ମାନ୍ୟବର ରାଜ୍ୟ ସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଯୋଗଦେଇ କହିଲେ ଯେ, ମିଶନ ଶକ୍ତି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଆଜି ଏକ ମହା ଦ୍ରୁମରେ ପରିଣତ ହୋଇପାରିଛି । ଯାଜପୁର ଜିଲାରେ ମିଶନ ଶକ୍ତି ମହା ସଂଘ ଦ୍ୱାରା ଆରମ୍ଭ ହୋଇଥିବା ସଂସ୍କୃତି ଭବନରେ ଏହାର ସାଂସ୍କୃତିକ ବାତାବରଣକୁ ଅକ୍ଷୂର୍ଣ୍ଣ ରଖି ସମଗ୍ର ଓଡିଶାରେ ପ୍ରଥମ ଭାବେ ଆରମ୍ଭ ହୋଇଥିବା ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ମା ମାନଙ୍କୁ ଏ÷୍ୟତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ସହ ଓଡିଆ ସିନେମା ଶିଳ୍ପର ଆଦୃତ ଦିଗରେ ଏହା ନିଶ୍ଚିତ ଭାବେ ସହାୟକ ହେବ ବୋଲ ଅଭିଭାଷଣ ରଖିଥିଲେ ।
ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯାଜପୁର ସଦର ବି.ଡି.ଓ. ଶ୍ରୀ ସୌରଭ ଚକ୍ରବର୍ତୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣଲତା ପରିଡା ଯୋଗଦେଇ ମିଶନ ଶକ୍ତି ମା ମାନଙ୍କର ଭୂମିକା ଯାଜପୁର ଜିଲାରେ ଅତି ଉଚ୍ଚ କୋଟୀର ଏବଂ ରାଜ୍ୟ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି କହିଥିଲେ । ଶେଷରେ ଜିଲା ମିଶନ ଶକ୍ତି ମହା ସଂଘ ସଭାପତି ଶ୍ରୀମତୀ ସୁଜାତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି, ମୁଖ୍ୟ ଅତିଥି ଆଜି ଅପରାହ୍ନରେ ପ୍ରଥମେ ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟକୁ ଏବଂ ଆମ୍ୱୁଲାନ୍ସ କାପେଂକୁ ଉଦ୍ଘାଟନ କରିବା ସଂଗେ ସଂଗେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟକୁ ଉଦ୍ଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *