ଶିକ୍ଷାବିତ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧନା

ବଡମ୍ବା/ନରସିଂପୁର ୧୮/୦୯/୨୦୨୫ (ଓଡ଼ିଶା ସମାଚାର)- ପ୍ରଜାଗର ପ୍ରଜାଶକ୍ତି ପ୍ରତିଭାସ ମଞ୍ଚ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ବଡମ୍ବା ଅନ୍ତର୍ଗତ ତେଲେଣିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମାଜସେବୀ, ସାରସ୍ୱତ ଶିକ୍ଷାବିତ ଚିତ୍ତରଞ୍ଜନ ପ୍ରହରାଜଙ୍କୁ ଉଲ୍ଲେଖନୀୟ ଶିକ୍ଷାପ୍ରଦାନ, ସମାଜସେବା ପାଇଁ ଅରାଟ -ବୃହଦମ୍ବା ଶିକ୍ଷକ ଗୌରବ ସମ୍ମାନ ୨୦୨୫ ପ୍ରଦାନ କରାଯାଇଛି ।

ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବଡମ୍ବା- ନରସିଂପୁର ମାନ୍ୟବର ବିଧାୟକ ବିଜୟ କୁମାର ଧଳବେହେରା,କଟକ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ,ସଂଯୋଜକ କଳିଙ୍ଗ କେଶରୀ ପ୍ରଧାନ,ମଣ୍ଡଳ ଶିକ୍ଷାଧିକାରି ତ୍ରିଲୋଚନ ଜେନା,ଶିକ୍ଷାଯୁଗ୍ମ ନିର୍ଦେଶକ ଡ଼ ସନ୍ତୋଷ କୁମାର ରାଉତ, କଟକ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ,ଉପସ୍ଥିତ ରହିବା ସହିତ ଶିକ୍ଷା ଓ ଶିକ୍ଷକଙ୍କ ଗୁରୁତ୍ୱ ଓ ପ୍ରାସଙ୍ଗିକତା ଯୁଗଯୁଗରୁ ରହିଆସିଛି ଓ ଏକ ସୁସ୍ଥ ବିକଶିତ ସମାଜ ସୃଷ୍ଟି କରିବାରେ ଶିକ୍ଷକଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଧାନ ଶିକ୍ଷକଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଓ ଆଜିର ସମାଜରେ ବିଦ୍ୟାଦାନ ସହିତ ସମାଜ ପାଇଁ କିଛି ଭଲ କାର୍ୟ୍ୟ କରିବାକୁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଅତିଥି ସମୂହ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *