ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ୫ ସନ୍ତାନ ଥିବା ଅଭିଯୋଗରେ ଅଯୋଗ୍ୟ ଘୋଷଣା କଲେ ଜିଲ୍ଲାପାଳ

ବାଲିଗୁଡା,୨୯/୧୧/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ପାଞ୍ଚଟି ସନ୍ତାନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ କନ୍ଧମାଳ ଜିଲ୍ଲାପାଳଙ୍କ  ଚିଠି ନଂ.୧୧୫୮/୨୨.୧୧.୨୦୨୩ ପ୍ରକାରେ ଅଯୋଗ୍ୟ ଘୋଷଣା କରିଛନ୍ତି । ପ୍ରକାଶ ଯେ, ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନ ଗତ ୨୦୨୨ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୁଲ ସତ୍ୟପାଠ ପ୍ରଦାନ କରି ନିର୍ବାଚନ ଲଢି ବିଜୟ ହୋଇଥିଲେ । ଏନେଇ ପ୍ରତିପକ୍ଷ ପ୍ରାର୍ଥୀ ଅନନ୍ତ ପ୍ରଧାନ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ସହ ୫ ଟି ସନ୍ତାନର ଜନ୍ମ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏହାପରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଓ ସିଡିପିଓ ଙ୍କ ତଦନ୍ତ ରିପୋର୍ଟ ପାଇବା ପରେ ଗତ ୨୨ ତାରିଖରେ ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *