ବାଲିଗୁଡା,୨୯/୧୧/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ପାଞ୍ଚଟି ସନ୍ତାନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ କନ୍ଧମାଳ ଜିଲ୍ଲାପାଳଙ୍କ ଚିଠି ନଂ.୧୧୫୮/୨୨.୧୧.୨୦୨୩ ପ୍ରକାରେ ଅଯୋଗ୍ୟ ଘୋଷଣା କରିଛନ୍ତି । ପ୍ରକାଶ ଯେ, ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନ ଗତ ୨୦୨୨ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୁଲ ସତ୍ୟପାଠ ପ୍ରଦାନ କରି ନିର୍ବାଚନ ଲଢି ବିଜୟ ହୋଇଥିଲେ । ଏନେଇ ପ୍ରତିପକ୍ଷ ପ୍ରାର୍ଥୀ ଅନନ୍ତ ପ୍ରଧାନ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ସହ ୫ ଟି ସନ୍ତାନର ଜନ୍ମ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏହାପରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଓ ସିଡିପିଓ ଙ୍କ ତଦନ୍ତ ରିପୋର୍ଟ ପାଇବା ପରେ ଗତ ୨୨ ତାରିଖରେ ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।
Related Posts
ଲୈ।ହମାନବୀ ସରଳା ଦେବୀଙ୍କ ଜୟନ୍ତୀ ପାଳିତ …..
କବୀ ଡ଼ା ଜ୍ୟୋତିର୍ମୟୀ ଜେନା ଓ ସୋଫିଆ ଫିରଦୋଷ ଙ୍କୁ ସରଳା ଦେବୀ ସମ୍ମାନ ….. ରାଉରକେଲା, ୨୦/୮/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ସାହିତ୍ୟ ଏକାଡ଼େମୀ…
କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର, ୦୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ୱର ସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ…
ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ଭକ୍ତି ସଂଗୀତ ସମାରୋହ – ‘ଗୁହାରି ୨୦୨୪’ ଉଦ୍ଘାଟିତ ।
ଭୁବନେଶ୍ୱର, ୧୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ…
