ଖୋର୍ଦ୍ଧା,୨୯/୧୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ପୋଲିସ ଅଧିନ ନିରାକାରପୁର ପୋଲିସ ପକ୍ଷରୁ ଆଜି ଲେଣ୍ଡୋ ପଞ୍ଚାୟତ ପରିସରରେ ଆମ ପୋଲିସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଵସରରେ ନିରାକାରପୁର ଥାନା ଅଧିକାରୀ ସୁଚିତ୍ରା ଜେନା ଙ୍କ ପୌରହିତ୍ୟ ରେ ଏହି କାର୍ୟ୍ୟକ୍ରମ ହୋଇଥିଲା। ଅତିଥିଭାବେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଶନ୍ନ କୁମାର ନନ୍ଦ, ବରିଷ୍ଠ ନାଗରିକ ମଞ୍ଚର ର କୋଷାଧ୍ୟକ୍ଷ ଦିନବନ୍ଧୁ କର, ଲେଣ୍ଡୁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିନୋଦିନୀ ଦାଶ ଯୋଗ ଦେଇଥିଲେ। ଲେଣ୍ଡୋ ଅଞ୍ଚଳର ଆଇନ ଶ୍ରୁଂଖଳା ସମସ୍ୟା ସମ୍ପର୍କରେ ଏକ ଆଲୋଚନା କରାଯାଇଥିଲା। କିପରି ଲୋକଙ୍କ ପାଖରେ ପୋଲିସ ବିଶ୍ଵାସ ଭାଜନ ହୋଇ କାର୍ୟ୍ୟ କରିପାରଵ ସେ
ବିଷୟ ରେ ଆଲୋଚନା କରାଯାଇଥିଲା । ଅଞ୍ଚଳରେ ଚାଲୁ ଥିବା ବିଭିନ୍ନ ଅସାମାଜିକ କାର୍ୟ୍ୟକଳାପକୁ କିପରି ରୋକାଯାଇ ପାରିବ ଓ ବରିଷ୍ଠ ନାଗରିକ ଙ୍କୁ କିପରି ପୋଲିସ ପକ୍ଷରୁ ସହଯୋଗ କରାଯାଇପାରିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ବୈଠକ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କାର୍ୟ୍ୟକ୍ରମ ରେ ଅଞ୍ଚଳର ବୁଦ୍ଧିଜିବୀ ଓ ସମାଜସେବୀ ଙ୍କ ସହ ଥାନା କର୍ମଚାରୀ ଏ ଏସ ଆଇ ତପନ କୁମାର ପ୍ରଧାନ, ଏସ କେ ବେହେରା, ହାବିଲଦାର ରତ୍ନାକର ବେହେରା ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ପୁର୍ଣ୍ଣ ସହଯୋଗ କରିଥିଲେ।
ନିରାକାରପୁର ପୋଲିସ ପକ୍ଷରୁ ଆମ ପୋଲିସ କାର୍ୟ୍ୟକ୍ରମ
