କଟକ,୨୫/୦୫/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୁମକୁଝୁମାନା କଳା ପରିଷଦର ୫ମ ବାର୍ଷିକ ଉତ୍ସବ ଆସନ୍ତା ଜୁନ ୨୦ରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ପରିଷଦର ପ୍ରତିଷ୍ଠାତା ତଥା ସଂଯୋଜିକା ସ୍ମୃତି ପଟ୍ଟନାୟକ ବାଖରାବାଦ ସ୍ଥିତ ଗାନ୍ଧୀ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଓ ମହିଳାମାନେ ଅଂଶଗ୍ରହଣ କରି ସୁଗୃହିଣୀ, ସମ୍ବଲପୁରୀ, ଓଡ଼ିଶୀ, ରାମ୍ପସୋ, ମଡ଼ର୍ଣ୍ଣ ନୃତ୍ୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିବେଷଣ କରିବେ ।
ଏହି ଅବସରରେ ଏକାମ୍ର ପ୍ରତିଭା ସମ୍ମାନ ପ୍ରଦାନ କରାଯିବା ସହିତ ପ୍ରତିଯୋଗୀମାନଙ୍କୁ ଟ୍ରଫି, ସାର୍ଟିଫିକେଟ୍ ଓ ଗୃହିଣୀମାନଙ୍କୁ ଶାଢ଼ି, ଶଙ୍ଖା, ସିନ୍ଦୂର ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରତିଷ୍ଠାତା ଶ୍ରୀମତୀ ପଟ୍ଟନାୟକ କହିଥିଲେ । ଆସନ୍ତା ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ଚାଲିବ ବୋଲି ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ପରିଷଦର ସଭାପତି ସ୍ୱୟଂ ସାର୍ଥକ ସାମନ୍ତରାୟ, ସଂପାଦକ ଦତାତ୍ରୟ ପଟ୍ଟନାୟକ, ସଂଯୁକ୍ତା ପଣ୍ଡା, ସୁଶି୍ରତା ରଥ, ଅରୁନ୍ଧତୀ ମିଶ୍ର, ପ୍ରକାଶ ଚନ୍ଦ୍ର ଦାସ, ମନିଷ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।
