ଓଡ଼ିଶାର ୩ କେନ୍ଦ୍ର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ୱର,୧୦/୬/୨୦୨୪ (ଓଡ଼ିଶା ସମାଚାର)- ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦୀ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି । ପୂର୍ବ ସରକାରରେ ବି ଏହି ତିନିଜଣ ଏହି ମନ୍ତ୍ରାଳୟର ମନ୍ତ୍ରୀ ଥିଲେ । ଜୁଏଲ ତୃତୀୟ ଥର ପାଇଁ ଏହି ମନ୍ତ୍ରାଳୟର ମନ୍ତ୍ରୀ ହୋଇଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ ସେ ମନ୍ତ୍ରୀ ହୋଇଥିଲେ। ଦୁଇ ଥର ଯାକ ତାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହିଁ ମିଳିଥିଲା। ଏଥର ବି ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରାଳୟ ମିଳିଛି । ସେହିପରି ଅଶ୍ବିନୀ ବୈଷ୍ଣବ ୨୦୧୯ରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେଲା ପରେ ୨୦୨୧ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା। ବାହାନଗା ରେଳ ‌ଦୁର୍ଘଟଣା, ଭାରତ ଇତିହାସର ଅନ୍ୟତମ ମର୍ମନ୍ତୁଦ ରେଳ ଦୁର୍ଘଟଣା ଜୁନ୍, ୨୦୨୩ରେ ହୋଇଥିଲା। ହେଲେ ଶ୍ରୀ ବୈଷ୍ଣବ ଯେପରି ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କଲେ, ରେଳ ଧାରଣା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ ତାହା ପ୍ରଶଂସନୀୟ ଥିଲା।ଆଉ ସେଥିପାଇଁ ଏବେ ବି ତାଙ୍କୁ ରେଳ ମନ୍ତ୍ରାଳୟ ମିଳିଛି ।

Leave a Reply

Your email address will not be published. Required fields are marked *