ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି

ନୂଆଦିଲ୍ଲୀ, ୦୬ /୬/୨୦୨୪ (ଓଡ଼ିଶା ସମାଚାର)- ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଓଡ଼ିଶାରୁ ଗୁରୁବାର ହଟାଯାଇଛି। ମାର୍ଚ୍ଚ ୧୬ ତାରିଖରୁ ଲାଗୁ ହୋଇଥିଲା ଆଦର୍ଶ ଆଚରଣ ବିଧି। ନିର୍ବାଚନ ପ୍ରକ୍ରିୟା ସରିଥିବାରୁ ଆଦର୍ଶ ଆଚରଣ ବିଧି ହଟାଇ ଦିଆଯାଇଛି। କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ଏହା ବଳବତ୍ତର ରହିଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରୁ ବି ଆଦର୍ଶ ଆଚରଣ ବିଧି ହଟାଇ ଦିଆଯାଇଛି। ବିଧାନ ପରିଷଦ ଉପନିର୍ବାଚନ ପାଇଁ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ହଟିନି ଆଚରଣ ବିଧି। ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *