ଜ଼ିଲ୍ଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ- ୨୦୨୪

ଜଗତସିଂହପୁର, ୧୦/୬/୨୦୨୪ (ଓଡ଼ିଶା ସମାଚାର)- ଜ଼ିଲ୍ଲାମୁଖ୍ୟ ଚିକିତ୍ସାଳୟର ନୂତନ ବର୍ହିବିଭାଗ ସଭାଗୃହ ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ବୈଠକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତୃଘ୍ନଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ମେ ମାସ ୩୧ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତବର୍ଷ ଏହି କାର୍ୟ୍ୟକ୍ରମ ଜୁନ ୬ ତାରିଖରୁ ୨୧ତାରିଖ ପର୍ୟ୍ୟନ୍ତ ସଚେତନତାକୁ ଗୋଷ୍ଠିସ୍ତରରେ ବ୍ୟାପକ କରାଯିବ।ର ଯୋଜନା କରାଯାଇଛି। ତେଣୁ ଜ଼ିଲ୍ଲାସ୍ତରରେ ଏହି କାର୍ୟ୍ୟକ୍ରମର ଯୋଜନା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତୃଘ୍ନ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ “ବିଶ୍ୱ ତମାଖୁ ବର୍ଜନ ଦିବସ” ପାଳନର ଆଭିମୁଖ୍ୟ ଯଥା ତମାଖୁ ସେବନ ହିଁ ଅଧିକାଂଶ ଅଣସଂକ୍ରାମକ ଓ କର୍କଟ ରୋଗର ମୁଖ୍ୟ କାରଣ ହୋଇଥାଏ । ତେଣୁ ଏହାକୁ ବର୍ଜନକରି ସୁସ୍ଥ ଓ ନିରୋଗ ରହିବାକୁ ଲୋକମାନଙ୍କୁ ସଚେତନ କରିବାହିଁ ଏ ଦିବସ ପାଳନର ଉଦ୍ଧେଶ୍ୟ ଅଟେ । ଡାକ୍ତର ଆଲଫ। ମହାନ୍ତି ଦାନ୍ତରୋଗ ବିଶେଷଜ୍ଞ ତମାଖୁ ସେବନକଲେ ମୁଖଗହ୍ୱର ଓ ଦାନ୍ତରେ କିପରି କର୍କଟରୋଗ ହୋଇଥାଏ, ଏବଂଏହା ଯୋଗୁଁ କିପରି ମାନସିକ,ଆର୍ଥିକ ସମସ୍ୟା ପରିବାରରେ ହୋଇଥାଏ ସେ ବିଷୟରେ ବାର୍ତ୍ତା ରଖିଥିଲେ ଓ ଏକ ପ୍ରେଜେଣ୍ଟଷ୍ଟେସନ ମାଧ୍ୟମରେ ତମାଖୁ ବ୍ୟବହାର ଦ୍ୱାରା ମଣିଷର କଣ କ୍ଷତିହୋଇଥାଏ ଓ କ୍ରୟ ବିକ୍ରୟରେ କଣ ଆଇନି ଅଛି ସେବିଷୟରେ ଆଲୋଚନା କରିବା ସହ ଏହାକୁ ବର୍ଜନ କରିବାକୁ କିପରି ସଚେତନ କରି ବେକଣ ପଦକ୍ଷପନେବେ ସେ ବିଷୟରେ ବାର୍ତ୍ତାରଖିଥିଲେ । ଏପିଡେ଼ମିଓ ଲୋଜିଷ୍ଟ ଡାକ୍ତର ସ୍ମୁତିରଞ୍ଜନ ପଣ୍ଡା ତମାଖୁ କଣ ଏହା କେଉଁ ଗଛରୁ ମିଳେ ଓ ଏଥିରେ ଥିବା ନିକୋଟିନ କିଭଳି ମାରାତ୍ମକ ରୋଗ ସୃଷ୍ଟିକରି ମଣିଷକୁ ମୁର୍ତ୍ତୃ ଆଡକୁ ଟାଣିନିଏ,ସେବିଷୟରେ ଆଲୋକପାତ କରିଥିଲେ । ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ବକ୍ତବ୍ୟରେ କହିଥିଲେ ଯେ ଆମେ ସମସ୍ତେ ଚେଷ୍ଟାକରିବା ଯିଏ ବ୍ୟବହାରକରୁଛନ୍ତି ସେମାନଙ୍କୁ ପରାମର୍ଶକେନ୍ଦ୍ରକୁ ଆଣି ଚିକିତ୍ସା କରାଇ ତମାଖୁ ଛାଡିବାରେ ସାହାଯ୍ୟକରି ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଶପଥ ଗ୍ରହଣ କରିବା ଉପରେ ବକ୍ତବ୍ୟ ରଖିବାକୁ ଯାଇ କହିଥିଲେଯେ ତମାଖୁ ସେବନ ନିମନ୍ତେ ପ୍ରତିଦିନ ଯେଉଁ ପଇସା ଲୋକଟି ଖର୍ଚ୍ଚ କରେ ଓ ରୋଗରେ ପଡିହଇରାଣ ହୁଏ ସେ ଯଦି ସେଇ ପଇସାରେ ଉତ୍ତମ ଖାଦ୍ୟ ଖାଇବ ଓ ପରିବାରକୁ ଖୁଆଇ ପାରିବ ତେବେ ସମସ୍ତେ ସୁସ୍ଥ ରହିପାରିବେ । ଆମ ଜ଼ିଲ୍ଲାରେ ଏକ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଅଛି, ତେଣୁ ଆମେ ସଚେତନତାକୁ ବ୍ୟାପକ କରିବା ନିମନ୍ତେ ଶପଥ ଗ୍ରହଣକରିବାଓ କମ୍ୟୁନିଟି ହେଲଥ ଅଫିସରମାନଙ୍କ ମଧ୍ୟରେ ଏକ କୁଇଜ଼ ପ୍ରତିଯୋଗିତା କରାଯାଇଥିଲା ଓ ଯେଉଁମାନେ କୃତିତ୍ୱ ହାସଲକରିଥିଲେ ସେମାନଙ୍କୁ ଜ଼ିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ପୁରସ୍କୃତ କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଭା ପରିଚାଳନା କରିଥିଲେଓ ଆସିଷ୍ଟାଣ୍ଟ ମ୍ୟାନେଜର ଅନିତାରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଜ଼ିଲ୍ଲା ସ୍ତରରୁ ଫୁଡ ଅଫିସର, ଜ଼ିଲ୍ଲାର ସମସ୍ତ କମ୍ୟୁନିଟି ହେଲଥ ଅଫିସର, ପି.ଏଚ.ଇ.ଓ ଙ୍କ ସମେତ ମହିମା ସ୍କୁଲ ଅଫ ନର୍ସିଂ ର ପ୍ରିନସିପାଲଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *