ମୋ ବସ କୁ ପଛପଟୁ ଟ୍ରକ ଧକ୍କା ଦେଲା, ୧ ମୃତ ୧୧ ଜଣ ଯାତ୍ରୀ ଆହତ

କଟକ, ୦୮/୬/୨୦୨୪ (ଓଡ଼ିଶା ସମାଚାର)- କଟକ-ଭୁବନେଶ୍ୱର ରାସ୍ତାର ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ ଦୁର୍ଘଟଣା ର ସମ୍ମୁଖୀନ ହୋଇଛି। ଏକାଥରକେ ଦୁଇଟି ଟ୍ରକ ମୋ ବସକୁ ଧକା ଦେବାରୁ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଦୁଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଶନିବାର ଅପରାହ୍ଣରେ ଭୁବନେଶ୍ୱରରୁ କଟକ ଯାଉଥିବା ଓଡି ୩୩ ଭି୪୫୬୫ ନମ୍ବର ବିଶିଷ୍ଟ ମୋ ବସ ତେଲେଙ୍ଗା ପେଣ୍ଠରେ ଯାତ୍ରୀଙ୍କୁ ଓହ୍ଲାଇ ଧିର ଗତିରେ ଯାଉଥିବା ବେଳେ ପଛପଟୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ମୋ ବସକୁ ଧକ୍କା ଦେଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଫଳରେ ବସର ପଛରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବା ସହ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତାଙ୍କୁ ଜାତୀୟ ରାଜପଥର ଓ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲ ରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *