ତ୍ରିପୁରାରେ କାର୍ୟ୍ୟରତ ଓଡ଼ିଆ ଯବାନ ସହିଦ

ଭବାନୀପାଟଣା , ୧୭/୧୧/୨୦୨୩ (ଓଡ଼ିଶା ସମାଚାର)- ଆସାମ ତ୍ରିପୁରାରେ କାର୍ୟ୍ୟରତ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ହେଉଛନ୍ତି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡିର ଈଶ୍ୱର ଦୋରା । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ତାଙ୍କ ଘରକୁ ଖବର ଆସିଛି । ହଠାତ୍ ଏଭଳି ଦୁଃଖଦ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର। ସାହି ପଡ଼ିସାରେ ବି ଶୋକର ଛାୟା ଖେଳିଯାଇଛି ।
ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ୱର ଚନ୍ଦ୍ର ଦୋରା ୨୦୦୯ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ। ସେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ବିଏସଏଫ କାର୍ୟ୍ୟରତ ଥିବା ବେଳେ ରାଜସ୍ଥାନରେ ବର୍ତ୍ତମାନ ନିଯୁକ୍ତ ହୋଇ ତ୍ରିପୁରାକୁ ଡେପୁଟେସନରେ ଯାଇଥିଲେ। ସେଠାରେ ଆଜି କାର୍ୟ୍ୟରତ ଥିବା ବେଳେ ଗାଡି ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *