କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ବାଚସ୍ପତି ହେବା ନେଇ ଚର୍ଚ୍ଚା 

କଟକ ସଦର , ୦୭/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନତାଦଳ,ବିଜୁ ଜନତାଦଳ ଓ ସଦ୍ୟ ବିଜେପି ରେ ମିଶିଥିଵା କଟକ ଲୋକସଭାର ୭ ଥରର ସାଂସଦ,ସଂସଦ ରତ୍ନ ଭର୍ତୃହରି ମହତାବ ସଂସଦରେ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଭର୍ତୃହରିଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ବାଚସ୍ପତି କରାଯାଇପାରେ ବୋଲି ଶୁଣାଯାଉଛି। ଏହା ହେଲେ ଓଡିଶାର ଓଡ଼ିଆ ବାଚସ୍ପତି ରବି ରାୟଙ୍କ ପରେ ଭର୍ତୃହରି ହେବେ ୨ୟ ବାଚସ୍ପତି। ଏହା ଶୁଣାଯିଵା ପରେ କଟକ ସହିତ ସମଗ୍ର ରାଜ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟ ମନ୍ତ୍ରିମଣ୍ଡଳରେ କଟକ ସଦରର ନବନିର୍ବାଚିତ ବିଜେପି ଯୁବ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କୁ ସାମିଲ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ କଟକ ସଂସଦୀୟ କ୍ଷେତ୍ରରେ ଥିବା ୭ ଗୋଟି ବିଧାନସଭା କ୍ଷେତ୍ରର କେବଳ ବାଙ୍କୀ କୁ ଛାଡି ଦେଲେ ସବୁଥିରେ ସାଂସଦ ଭର୍ତୃହରି ଭଲ ପ୍ରଦର୍ଶନ କରିଥିବା ବେଳେ ବଡ଼ମ୍ବା ଓ ଖଣ୍ଡପଡ଼ା ଅଧିକ ଲିଡ୍ କରିଛି। ଏଥିରେ ଭର୍ତୃହରିଙ୍କୁ ୫ ଲକ୍ଷ ୨୯ ହଜାର ୨ ଶହ ୭୧ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ର ସନ୍ତୃପ୍ତ ମିଶ୍ରଙ୍କୁ ୪ଲକ୍ଷ ୭୩ ହଜାର ୪୪୩ ଭୋଟ ମିଳିଥିବା ଜଣାପଡିଛି। ଭର୍ତୃହରି ୫୫ ହଜାର ୮ ଶହ ୨୮ ଖଣ୍ଡ ଭୋଟରେ ସନ୍ତୃପ୍ତ ଙ୍କୁ ହରାଇଛନ୍ତି।

Leave a Reply

Your email address will not be published. Required fields are marked *