ଭୁବନ ରେ “ଜୟ ଜଗନ୍ନାଥ ଅର୍ପଣ ରଥ” , ଭକ୍ତିରେ ସମର୍ପିଲେ ଗୁଆ,ଅରୁଆ ଚାଉଳ

ଭୁବନ, ୦୮/୦୧/୨୦୨ ୪ (ଓଡ଼ିଶା ସମାଚାର)- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ଆସନ୍ତା ୧୭ ତାରିଖ ରେ ହେବ ।ଏହି ଐତିହାସିକ କାର୍ଯ୍ୟକ୍ରମରେ ରାଜ୍ୟବାସୀ ଙ୍କ ସଂପୃକ୍ତି ଲାଗି ସମଗ୍ର ରାଜ୍ୟରେ ବୁଲୁଛି “ଜୟ ଜଗନ୍ନାଥ ଅର୍ପଣ ରଥ ” । ଆଜି ଏହି ପବିତ୍ର ରଥ ଭୁବନ ରେ ପହଞ୍ଚିଲା ପରେ ଶ୍ରୀରାମ ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା ଓ ବନ୍ଦାପନା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ପତକା ଦେଖାଇ ଅର୍ପଣ ରଥ ଉଦଘାଟନ କରିଥିଲେ। ଅର୍ପଣ ରଥ ୧ ନମ୍ବର ୱାର୍ଡ ରୁ ବାହାରି ୬ ନମ୍ବର ଓ ୭ ନମ୍ବର ୱାର୍ଡ ପରିକ୍ରମା କରି ଅକ୍ଷତ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା । ଅର୍ପଣ ରଥ ଯିବା ରାସ୍ତାରେ ମହିଳା ମାନେ ଝୋଟି ଚିତା ପକାଇ ପୂର୍ଣ୍ଣ କଳସୀ ବସାଇ ହୁଳହୁଳି ପକାଇ ରଥକୁ ସ୍ଵାଗତ କରି ଭକ୍ତି ର ସହ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ। ଭୁବନ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାର କାନ୍ତି ମିଶ୍ର ଲୋକଙ୍କ ଠାରୁ ଅରୁଆ ଚାଉଳ,ଗୁଆ ସଂଗ୍ରହ କରି ଆଶୀର୍ବାଦ କରିଥିଲେ । ଜୟ ଜଗନ୍ନାଥ ଧ୍ବନିରେ ସାରା ସହର ପ୍ରକମ୍ପିତ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପ ନଗରପାଳ ମାନିନୀ ସାହୁ , ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ,୭ ନମ୍ବର ୱାର୍ଡ କାଉନସିଲର ନରେନ୍ଦ୍ର ବେହେରା ଙ୍କ ସମେତ ଅନ୍ୟ କାଉନସିଲର ,ନୋଡାଲ ଅଫିସର ଗୁଣନିଧି ପାତ୍ର,ସଙ୍କୀର୍ତ୍ତନ ମଣ୍ଡଳୀ,ସ୍ଵୟଂ ସହାୟକ ଗୋଷ୍ଠୀ,ଏନ୍ ଏ ସି କର୍ମଚାରୀ ମାନେ ସାମିଲ ହୋଇଥିଲେ। ଅର୍ପଣ ରଥ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ପରିକ୍ରମା କରି ଗୁଆ,ଅରୁଆ ଚାଉଳ ସଂଗ୍ରହ କରିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *