ନିଖୋଜ ଡାକ୍ତର ଅମ୍ଲାନ ଭୋଇ କର୍ଣ୍ଣାଟକରୁ ଠାବ

ମାଲକାନଗିରି,୦୫/୬/୨୦୨୪ (ଓଡ଼ିଶା ସମାଚାର)- କାଲିମେଳାରୁ ଅପହୃତ ଡାକ୍ତର ଅମ୍ଲାନ ଭୋଇଙ୍କ ପତ୍ତା ମିଳିଲା । ତାଙ୍କୁ ସୁରକ୍ଷିତ ଭାବେ ପୁଲିସ କର୍ଣ୍ଣାଟକରୁ ଉଦ୍ଧାର କରିଥିବା ନେଇ ମାଲକାନଗିରି ଏସପି ନୀତୀଶ ଓ୍ବାଧଓ୍ବାନୀ ସୂଚନା ଦେଇଛନ୍ତି। ଏବେ ଡାକ୍ତର ଅମ୍ଲାନ ଭୋଇଙ୍କୁ କର୍ଣ୍ଣାଟକରୁ ମାଲକାନଗିରି ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଲାନଙ୍କୁ କେହି ଅପହରଣ କରି ନେଇଥିବା ଜଣାପଡିଥିଲା। ପୁଲିସ ତାଙ୍କୁ ମାଲକାନଗିରି ଆଣିବା ପରେ ଏସମ୍ପର୍କରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।ଏକ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତର ଅମ୍ଳାନଙ୍କୁ ଅପହରଣ କରି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *