ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ

ଭୁବନେଶ୍ୱର, ୦୫/୬/୨୦୨୪ (ଓଡ଼ିଶା ସମାଚାର)- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଯୋଜନା ଓଡ଼ିଶାରେ ବନ୍ଦ ହୋଇଯିବ । ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ଏଣିକି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ଏନେଇ ବିଜେପିର ରାଜ୍ୟ ସଭାପତି ମନେମାହନ ସାମଲ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ସରକାରୀ ଭାଙ୍ଗି ବିଜେପି ନୂଆ ସରକାର ଗଠନ କରିବାକୁ ଯାଉଛି । ତେଣୁ ଏହାପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି ଯେ, ବିଏସକେୱାଇ ଯୋଜନା ରାଜ୍ୟରେ ବନ୍ଦ ହୋଇଯିବ । ତେବେ ଏହା ବଦଳରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ମନମୋହନ ସାମଲ କହିଛନ୍ତି । ମନମୋହନ କହିଛନ୍ତି, ବିଏସକେୱାଇ ଅଧୀନରେ ଜନସାଧାରଣଙ୍କୁ କମ୍‌‌ ସୁବିଧା ମିଳୁଥିଲା। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକଙ୍କୁ ଅଧିକ ସୁବିଧା ମିଳିବ। ରାଜ୍ୟର ପ୍ରତ୍ୟେକ ଜନସାଧାରଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ବୋଲି ମନମୋହନ କହିଛନ୍ତି।

ସୂଚନାଯୋଗ୍ୟ, ବିଜେଡି ସରକାର ସମୟରେ ରାଜ୍ୟ ସରକାର ବିଏସକେୱାଇ ଲାଗୁ କରିଥିଲେ। ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କୁ ଏହି ଯୋଜନାରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା। ବିଜେଡି ସରକାର ସମୟରେ କେନ୍ଦ୍ର ସରକାର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଓଡ଼ିଶା ସରକାର ତାହା ଲାଗୁ କରିନଥିଲେ।

Leave a Reply

Your email address will not be published. Required fields are marked *