ପୁରୀ, ୦୨/୬/୨୦୨୪ (ଓଡ଼ିଶା ସମାଚାର)- ବହୁଚର୍ଚ୍ଚିତ ପୁରୀ ନରେନ୍ଦ୍ର ପୋଖରୀ ନିକଟରେ ଗତ ବୁଧବାର ଦିନ ରାତି ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ଘଟିଛି।ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୁରୀ ବାଣ ବିସ୍ଫୋରଣ ଘଟଣାରେ ନିମାପଡ଼ା ଚାରିଛକ ଅଞ୍ଚଳର ବାଣ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
