ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ରେ ପ୍ରବାସୀ ଓଡ଼ିଆ ମାନଙ୍କ ସୁରକ୍ଷା ସଂପର୍କିତ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ  ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର,୦୨/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିରେ ପ୍ରବାସୀ ଓଡ଼ିଆ ମାନଙ୍କ ସୁରକ୍ଷା ଓ ସେମାନଙ୍କ ର ସ୍ଥିତି ସଂପର୍କରେ  ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସଂଧ୍ୟାରେ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁଗର୍ଗ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ରହିବା ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ  ଦେଇଛନ୍ତି ।

          ସୂଚନା ଯୋଗ୍ୟଯେ, ଏଥିପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏକ ୨୪ଘଣ୍ଟିଆ ଟୋଲଫ୍ରି ନମ୍ବର୮୦୦-୪୬୩୪୨, ହ୍ୱାଟ୍ସ ଆପ୍ ନଂ- ୯୭୧୫୪୩୦୯୦୫୭୧ ଜାରି କରାଯାଇଛି।ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ,ରାଜ୍ୟ ଗୃହ(ସ୍ୱରାଷ୍ଟ୍ର)ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ,  ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟକରୁଥିବା ସଂସ୍ଥା ( ପ୍ରୋଟେକ୍ଟର ଅଫ ଏମିଗ୍ରାଣ୍ଚସ୍)ଙ୍କ ସହ ମିଳିତ ଭାବେ ଏକ ଓ୍ୱାର୍କିଂ ଗୃପ୍ ଗଠନ କରାଯାଇଛି।ପରିସ୍ଥିତିକୁ ନଜରରେ ରଖାଯାଇଛି। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀଙ୍କୁ ଶ୍ରୀ ପ୍ରିତୀଶ ପଣ୍ଡା ନୋଡାଲ ଅଧିକାରୀ ଭାବେ ସୂଚନା ଓ ସହାୟତା ପାଇଁ କାର୍ଯ୍ୟରତ ଅଛନ୍ତି(ଦୂରଭାଷ ନମ୍ବର- ୯୫୮୩୩୨୧୯୬୪ ) ।

          ଡିଜିପି ଶ୍ରୀ ଓ୍ୱାଇ ବି ଖୁରାନିଆ ବୈଠକରେ ଯୋଗଦେଇ କହିଛନ୍ତି ଯେ, ସ୍ଥିତିକୁ ଅତି ନିକଟରୁ ନଜର ରଖାଯାଇ ଆବବଶ୍ୟକ ପଦକ୍ଷେପ ନିଆଉଛି। ସଂପୃକ୍ତ ସମସ୍ତ ଅଧିକାରୀ ମାନଙ୍କୁ ଆଲର୍ଟ କରାଯାଇଛି।ପରିସ୍ଥିତି ନିୟନ୍ତଣାଧିନ ଅଛି।ସାମାଜିକ ଗଣମାଧ୍ୟମରେ ହେଉଥିବା ପୋଷ୍ଟଗୁଡିକୁ କଡ଼ାକଡ଼ି ଅନୁଧ୍ୟାନ କରାଯାଇ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।ବୈଠକରେ ରାଜ୍ୟଗୃହ (ସ୍ୱରାଷ୍ଟ୍ରବିଭାଗ) ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ହେମନ୍ତ ଶର୍ମା, ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଶ୍ରୀଆର.ପି. କୋଚେ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ  ର ନିର୍ଦ୍ଦେଶକ ତଥା ରାଜ୍ୟ ସଂସ୍କୃତି ବିଭାଗର ସଚିବ ଡଃ. ବିଜୟ କେତନ ଉପାଧ୍ୟାୟ, ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

-0-

ପଠାଣି ରାଉତ ,ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *