କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ 

କଟକ, ୩୦/୮/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) – ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ (ଏସ୍‌ୟୁଜେ) ଆହ୍ବାନ କ୍ରମେ  କଟକ ଜିଲ୍ଲା ସାମ୍ବାଦିକ ସଂଘ (ଜାକ)ତରଫରୁ   ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ  ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ୭ ଦଫା ସମ୍ବଳିତ ଦାବି ପତ୍ର   ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋଙ୍କ ଜିରଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ପ୍ରଦାନ କରାଯାଇଛି। ଆଜି କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗ୍ରାମଞ୍ଚଳ ଏସ଼ ପି ଅଫିସ ନିକଟରୁ ସଭ୍ୟମାନେ  ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ସାମ୍ବାଦିକ ମାନଙ୍କ ସାମୁହିକ କଲ୍ୟାଣ ନିମିତ୍ତ  ଉପସ୍ଥାପିତ ଦାବି ଗୁଡିକ ମଧ୍ୟରେ ଦେଶର ଅନ୍ୟ କେତେକ ରାଜ୍ୟଭଳି ଆମ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ଏବଂ ଅବସର ଗ୍ରହଣ କରିଥିବା ବା ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନଙ୍କୁ ଯଥାକ୍ରମେ ଟ୨୫,୦୦୦/- (ପଚିଶି ହଜାର ଟଙ୍କା)ର ଉତ୍ତା ଓ ପେନ୍‌ସନ୍ ପ୍ରଦାନ ପାଇଁ ଦାବି ସହ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କୁ ସାମିଲ ସହିତ ଏହାର ଆକାରକୁ ୫ଲକ୍ଷ ଟଙ୍କା ପରିବର୍ତ୍ତେ ୨୦ ଲକ୍ଷଟଙ୍କାକୁ ବୃଦ୍ଧି କରିବାକୁ ଦାବି କରାଯାଇଛି । କୌଣସି ସାମ୍ବାଦିକ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ଟ୨୫,୦୦,୦୦୦/- (ପଚିଶ ଲକ୍ଷ ଟଙ୍କା) ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯିବା ,ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବାକୁ ଦାବି କରାଯାଇଛି । ଅଧିକାଂଶ ଗଣମାଧ୍ୟମର ମୁଖ୍ୟାଳୟ, ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ବଡ଼ବଡ଼ ଶିକ୍ଷାନୁଷ୍ଠାନ ଏବଂ ପ୍ରତିଷ୍ଠିତ ଚିକିତ୍ସାଳୟ ଗୁଡ଼ିକ ରାଜଧାନୀ ଭୁବନେଶ୍ୱରରେ ରହି‌ଥିବାରୁ ସାମ୍ବାଦିକମାନ‌ଙ୍କ ସାମୟିକ ଅବସ୍ଥାନ ନିମନ୍ତେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଅତିଥି ଭବନ (ଗେଷ୍ଟ ହାଉସ୍) ନିର୍ମାଣ କରାଯିବା ଭଳି ୭ ଦଫା ଦାବି ପତ୍ର  ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଘର ରାଜ୍ୟ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ, ରାଜ୍ୟ ଯୋଗାଯୋଗ କାର୍ଯ୍ୟନିର୍ବାହୀ ଶିଶି ଭୂଷଣ ଷଡଙ୍ଗୀ,ସାଧାରଣ ସମ୍ପାଦକ ଗୌର ସାହୁ, ସମ୍ପାଦକ  ଶିଶିର କୁମାର ଦାଶ, ଉପ ସଭାପତି ରତ୍ନାକର ବାରିକ, କୋଷାଧ୍ୟକ୍ଷ ବିଷ୍ଣୁ ନାୟକ, ସଙ୍ଗଠନ ସଂପାଦକ ମିନକେତନ ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁର ନାରାୟଣ ସାହୁ, ଧିରେନ୍ଦ୍ର ସାହୁ ଆର୍ତତ୍ର।ଣ ଦାସ ସୁଜାତା ଗୋସ୍ଵାମୀ, ନିବେଦିତା ସିଂ, ପ୍ରତାପ ନାୟକ, ବସନ୍ତ କୁମାର ସାମଲ, ସ୍ୱରାଜ କୁମାର ପଣ୍ଡା, ସତ୍ୟଜିତ ପାତ୍ର,ଅଜୟ ପଣ୍ଡା, ବିପିନ ବିହାରୀ ଦାସ, ଅକ୍ଷୟ କୁମାର ଦାଶ, କମଳା କାନ୍ତ ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ରାଜ୍ୟ ସାମ୍ବାଦିକ ସଂଘର ରାଜ୍ୟ ସଭାପତି କୈଳାସ ନାୟକଙ୍କ ଆହ୍ବାନ କ୍ରମେ ସମଗ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଦାବି ଉପସ୍ଥାପନ କରାଯାଇଥିବା ଜଣାପଡିଛି  ।ସାମ୍ବାଦିକ ମାନଙ୍କ ଦାବିପତ୍ର କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପାଠଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *