ଧରିଣା ଗୋପ ଗୋସ୍ୱାମୀ ପୀଠରେ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ

କଟକ ସଦର,୧୯/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ର ଧରିଣା ଗୋପ ଗୋସ୍ୱାମୀ ସିଦ୍ଧ ପୀଠ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ ରବିବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କରିଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବିଜେପି ନେତା ହୃଷିକେଶ ଜେନା, ଦେବେନ୍ଦ୍ର ଜେନା, କେଳୁଚରଣ ମହାଳି,ଶରତ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ।ଗୋପ ମଠ ମଠାଧୀଶ ମନୁ ବାବା ସମସ୍ତ ଙ୍କୁ ସ୍ବାଗତ ସହିତ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *