୪ର୍ଥ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର, ୧୧/୦୪/୨୦୨୪ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ଆଜି ବିଧାନସଭା ନିର୍ବାଚନ ଲାଗି ୪ର୍ଥ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଜଣେ ସାଂସଦ ପ୍ରାର୍ଥୀ ଓ ୯ ଜଣ ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଶେଷ ଲୋକସଭା ପ୍ରାର୍ଥୀ ଭାବେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଷୋଷଣା କରାଯାଇଛି।
ସେହିପରି ବିଧାନସଭା ପାଇଁ ପାରାଦୀପରୁ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟ, ଭୁବନେଶ୍ୱର ମଧ୍ୟରୁ ଅନନ୍ତ ଜେନା, ନର୍ଲାରୁ ମନୋରମା ମହାନ୍ତି, ସମ୍ବଲପୁରରୁ ପ୍ରସନ୍ନ ଆଚାର୍ୟ୍ୟ, ତାଳଚେରରୁ ବ୍ରଜକିଶୋର ପ୍ରଧାନ, ରେଢାଖୋଲରୁ ରୋହିତ ପୂଜାରୀ, ବାଲିଗୁଡ଼ାରୁ ଚକ୍ରମଣି କହଁର, ତେଲକୋଇରୁ ମାଧବ ସର୍ଦ୍ଦାର ଓ ଲକ୍ଷ୍ମୀପୁରରୁ ପ୍ରଭୁ ଜାନିଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ୯ ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ପକ୍ଷରୁ ଏପର୍ୟ୍ୟନ୍ତ ବିଧାନସଭା ପାଇଁ ମୋଟ ୧୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *