ଆଜି ଦ୍ୱିତୀୟ ଦିବସ ହୋମ୍ ଭୋଟିଂରେ ବଡଚଣା ବ୍ଳକ୍ ରେ ୧୦୦% ସଫଳତା ।

ଯାଜପୁର, ୨୭/୦୫/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ କ୍ରମେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ ନିମନ୍ତେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ ଓ ମଜବୁତ କରିବା ତଥା ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନରେ ସମସ୍ତ ଭୋଟର ମାନଙ୍କ ଯୋଗଦାନ ନିମନ୍ତେ ହୋମ୍ ଭୋଟିଂ ଏକ ଅତି ସରଳ ମାଧ୍ୟମ ବୋଲି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ତାଙ୍କର ମତ ବ୍ୟକ୍ତ କରିଛନ୍ତି । ୮୫ ବର୍ଷରୁ ଅଧିକ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଏହାଦ୍ୱାରା ଗଣତନ୍ତ୍ରର ସର୍ବୋକôୃଷ୍ଟ ପର୍ବ ନିର୍ବାଚନ ପର୍ବରେ ସାମିଲ ହୋଇ ରାଷ୍ଟ୍ରର ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ସୁଦୃଢ କରିବାରେ ଅତୁଳନୀୟ ଭୂମିକା ନିର୍ବାହ କରୁଚ୍ଥନ୍ତି ବୋଲି ଜିଲ୍ଳ୍ାପାଳ ଶ୍ରୀ କଲ୍ୟାଣ ପ୍ରକାଶ କରିବା ସହ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ହୋମ୍ ଭୋଟିଂରେ ବରିଷ୍ଠ ନାଗରିକମାନେ ନିଶ୍ଚିତ ସାମିଲ ହୋଇ ନିଯୁକ୍ତ କର୍ମଚାରୀ ଓ ପ୍ରାର୍ଥୀଙ୍କ ଏଜେଣ୍ଟ ମାନଙ୍କ ସହାୟତାରେ ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରି ମତଦାନ ହାର ବୃଦ୍ଧି ଦିଗରେ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷାରେ ଜିଲାପାଳ ଶ୍ରୀ କଲ୍ୟାଣ ହୋମ୍ ଭୋଟିଂ ବ୍ୟବସ୍ଥାକୁ ଜଲାରେ ଶତପ୍ରତିଶତ ସଫଳତା ଦିଗରେ ଅହରହ ଊଦ୍ୟମ ଜାରି ରଖିଥିବା ବେଳେ ବଡଚଣା ବ୍ଳ୍କର ବିଡିଓ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନଙ୍କ ବଳିଷ୍ଠ ସଂଚାଳନରେ ଆଜି ୮୫ ବର୍ଷରୁ ଉଦ୍ଧ୍ୱର୍ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ୫୫ ଜଣ ସମସ୍ତ ମତଦାତା ମତଦାନ ସାବ୍ୟସ୍ତ କରିଥିବାରୁ ୧୦୦ ପ୍ରତିଶତ ବଡଚଣା ବ୍ଳକରେ ସଫଳତା ମିଳିଛି ।
ପ୍ରକାଶ ଥାଉ କି, ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ମାନଙ୍କରେ ୮୫ ବର୍ଷରୁ ଉଦ୍ଧ୍ୱର୍ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ମୋଟ ୩୬୬ ଜଣ ମତଦାନ ସାବ୍ୟସ୍ତ କରି ଆଜିର ଜିଲା ସ୍ତରୀୟ ସପଂଳତା ୯୫.୦୬ ଶତକଡା ରହିଛି ।

Leave a Reply

Your email address will not be published. Required fields are marked *