କଟକ ସଦର, ୦୩/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କିଶନନଗର ଥାନା ଅନ୍ତର୍ଗତ ମୁର୍ଗାକୁଳ ଗ୍ରାମର ଜନୈକା ନାବାଳିକା ପ୍ରେମିକ ସହିତ ମିଶି ଥଣ୍ଡା ପାନୀୟରେ ନିଶା ଦେଇ ଭାଉଜର ସବୁ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗରେ କନ୍ଦରପୁର ଥାନା କେଶପୁର ଗ୍ରାମର ଚନ୍ଦନ ସ୍ୱାଇଁ କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୁନା ଅଳଙ୍କାର ର ମୂଲ୍ୟ ଆନୁମାନିକ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରା ଯାଇଛି ।
ସେଥିରୁ କିଛି ଗହଣାଗାଣ୍ଠି ଵିକ୍ରି କରିଥିବା କଟକ ମଙ୍ଗଳାବାଗ ଅଞ୍ଚଳର ଏକ ସୁନା ଦୋକାନରୁ ଉଦ୍ଧାର ହୋଇଛି। ଉପଯୁକ୍ତ କାଗଜପତ୍ର ଜରିଆରେ ସୁନା ଦୋକାନୀ ଅଳଙ୍କାର କ୍ରୟ କରିଥିବା କହୁଥିବାରୁ ଏହାକୁ ପୋଲିସ ପକ୍ଷରୁ ଛାନଭିନ କରାଯାଉଥିବା ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ କହିଛନ୍ତି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି।
