କଟକ ବଡ଼ ଡ଼ାକ୍ତରଖାନାରେ ଲଜ୍ଜା: ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଗିରଫ

କଟକ ସଦର,୧୮/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରୋଗୀମାନଙ୍କ ପାଇଁ ବିଶ୍ୱାସ ଓ ଭରସା ର ଅନୁଷ୍ଠାନ କଟକ ବଡ଼ ଡ଼ାକ୍ତରଖାନାରେ ଅସଦାଚରଣ ଅଭିଯୋଗ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି କରିଛି। ମେଡ଼ିସିନ ୱ।ର୍ଡର ଆଇସିୟୁ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜନୈକା ଯୁବତୀ ଙ୍କୁ ଜନୈକ ଯୁଵ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ଟି ଘଟିଥିଲା ରବିବାର ରାତିରେ।

ଅସଦାଚରଣ ର‌ ଶୀକାର ‌ହୋଇଥିଵା ଯୁବତୀ ଏ ସମ୍ପର୍କରେ ତାଙ୍କ ମାଆ ଙ୍କୁ କହିବାରୁ ସୋମବାର ଦିନ ମାଆ ଯାଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଆଜି ମଙ୍ଗଳବାର ଦିନ ମଂଜୁ ଏଜେନ୍ସୀ ଥାର୍ଡ ପାର୍ଟି ଅଧିନରେ କାର୍ଯ୍ୟକରୁଥିବା ଯାଜପୁର ଅଞ୍ଚଳର ତଥା ମାଛୁଆ ଵଜାରରେ ରହୁଥିବା ଅଭିଯୁକ୍ତ ମାନସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଜନୈକ ଡାକ୍ତର ଏହିଭଳି ଅସଦାଚରଣ କରି ଗିରଫ ହୋଇ ଜେଲ ଯାଇଥିବା ବେଳେ ଆଜିର ଏହି ଖବର ବଡ ଡାକ୍ତରଖାନାର ଭରସା ଓ ବିଶ୍ୱାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନାରେ ରୋଗୀ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *