ଯାଜପୁର, ୨୭/୫/୨୦୨୪ (ଓଡ଼ିଶା ସମାଚାର)-ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲାରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ଆଜି ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏନ୍.ସି. କଲେଜ ଠାରେ ଦୁଇଟି ପର୍ଯ୍ୟାୟରେ ୫୨-ଯାଜପୁର ବିଧାନସଭା ଆସନ ନିମନ୍ତେ ୨୮୭ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୮୨୦ ପୋଲିଂ କର୍ମଚାରୀ ଚୁଡାନ୍ତ ପ୍ରଶିକ୍ଷଣ ନେଇଥିବା ବେଳେ ୫୩-କୋରେଇ ବିଧାନସଭା ଆସନ ନିମନ୍ତେ ୨୩୯ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୪୩୨ ପୋଲିଂ କର୍ମଚାରୀ ପ୍ରଶିକ୍ଷଣ ନେଇଛନ୍ତି । ନିର୍ବାଚନ କାର୍ଯ୍ୟରେ (ପୋଲିଂ ପାର୍ଟି) ଜିଲାର କର୍ମଚାରୀ ମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟରେ ମତଦାନ ସାବ୍ୟସ୍ତ କରିବା ପାଇଁ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି ମତଦାନ କକ୍ଷ କରାଯାଇ ଲୋକସଭା ଏବଂ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ ନିଆଯାଇଥିଲା । ପୋଷ୍ଟାଲ ବାଲାଟ ଭୋଟରମାନେ ଭୋଟ ଦେଇ ବନ୍ଦ ଲପାଂପାକୁ ଲୋକସଭା ଓ ବିଧାନସଭା ପାଇଁ ପୃଥକ ବାକ୍ସରେ ପକାଇଥିଲେ । ଏହି ଭୋଟଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସଂପାଦନ ନିମନ୍ତେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଟଦାନ କକ୍ଷରେ ନିଯୁକ୍ତ ସହକାରୀ ରିଟର୍ଣ୍ଣି ଅପିଂସର, ଆଟେଷ୍ଟିଂ ଅପିଂସର, ପୋଲିଂ ଅପିଂସର ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ପୋଷ୍ଟାଲ ବାଲାଟ ଭୋଟିଂ ସଂପାଦିତ ହୋଇଥିଲା । ପୋଲିଂ କର୍ମଚାରୀ ମାନଙ୍କ ମଧ୍ୟରେ ୧୮୭୬ ଭୋଟର ଲୋକସଭା ଓ ବିଧାନସଭା ନିମନ୍ତେ ପୋଷ୍ଟାଲ ବାଲାଟରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।
ଆଜି ଜିଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ପୋଲିଂ କର୍ମଚାରୀ ମାନେ ବୁଥ୍ ମାନଙ୍କରେ ମତଦାନ କାର୍ଯ୍ୟ ସଫଳ ଭାବେ ସଂପାଦିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଟିପ୍ସ୍ ସମ୍ୱନ୍ଧରେ ପୋଲିଂ ପାର୍ଟିଙ୍କୁ ଅବଗତ କରାଇଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଓ ଊପଖଣ୍ଡ ମାଜିଷ୍ଟ୍ରେଟ୍ ଶ୍ରୀ ଅଂଶୁମାନ ଶତପଥୀ, ପୋଷ୍ଟାଲ ବାଲାଟ ଭୋଟିଂ ନୋଡାଲ ଅଧିକାରୀ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀମତୀ ରଶ୍ମିରେଖା ପ୍ରଧାନ, ଡେପୁଟି କଲେକ୍ଟର, ସଂସ୍ଥା ଶ୍ରୀମତୀ ସୋନମ ଦାସ, ବି.ଡି.ଓ. ଏବଂ ତହସିଲଦାର ପ୍ରମୁଖ ନିର୍ବାଚନ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।