ଯାଜପୁର,୨୫/୫/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲଳରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ଆଜି ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏନ୍.ସି. କଲେଜ ଠାରେ ଦୁଇଟି ପର୍ଯ୍ୟାୟରେ ୫୦-ବଡଚଣା ବିଧାନସଭା ଆସନ ନିମନ୍ତେ ୨୨୮ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୪୬୦ ପୋଲିଂ କର୍ମଚାରୀ ଚୁଡାନ୍ତ ପ୍ରଶିକ୍ଷଣ ନେଇଥିବା ବେଳେ ୫୧-ଧର୍ମଶାଳା ବିଧାନସଭା ଆସନ ନିମନ୍ତେ ୨୯୩ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୭୫୫ ପୋଲିଂ କର୍ମଚାରୀ ପ୍ରଶିକ୍ଷଣ ନେଇଛନ୍ତି । ନିର୍ବାଚନ କାର୍ଯ୍ୟରେ (ପୋଲିଂ ପାର୍ଟି) ଜିଲାର କର୍ମଚାରୀ ମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟରେ ମତଦାନ ସାବ୍ୟସ୍ତ କରିବା ପାଇଁ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି ମତଦାନ କକ୍ଷ କରାଯାଇ ଲୋକସଭା ଏବଂ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ ନିଆଯାଇଥିଲା । ପୋଷ୍ଟାଲ ବାଲାଟ ଭୋଟରମାନେ ଭୋଟ ଦେଇ ବନ୍ଦ ଲଫାପାକୁ ଲୋକସଭା ଓ ବିଧାନସଭା ପାଇଁ ପୃଥକ ବାକ୍ସରେ ପକାଇଥିଲେ । ଏହି ଭୋଟଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସଂପାଦନ ନିମନ୍ତେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭୋଟଦାନ କକ୍ଷରେ ନିଯୁକ୍ତ ସହକାରୀ ରିଟର୍ଣ୍ଣି ଅପିଂସର, ଆଟେଷ୍ଟିଂ ଅଫିସର, ପୋଲିଂ ଅଫିସର ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ପୋଷ୍ଟାଲ ବାଲାଟ ଭୋଟିଂ ସଂପାଦିତ ହୋଇଥିଲା । ପୋଲିଂ କର୍ମଚାରୀ ମାନଙ୍କ ମଧ୍ୟରେ ୧୭୬୮ ଭୋଟର ଲୋକସଭା ଓ ବିଧାନସଭା ନିମନ୍ତେ ପୋଷ୍ଟାଲ ବାଲାଟରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।
ଆଜି ଜିଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ପ୍ରତ୍ୟେକ ପ୍ରଶିକ୍ଷଣ କକ୍ଷରେ ପୋଲିଂ କର୍ମଚାରୀ ମାନେ ଦକ୍ଷତାର ସହ କିଭଳି ବୁଥ୍ ମାନଙ୍କରେ ମତଦାନ କାର୍ଯ୍ୟ ସଂପାଦିତ କରିବେ ସେ ସମ୍ୱନ୍ଧରେ ନିର୍ବାଚନ କମିଶନଙ୍କ ଟିପ୍ସ୍ ସମ୍ୱନ୍ଧରେ ପୋଲିଂ ପାର୍ଟିଙ୍କୁ ଅବଗତ କରାଇଥିଲେ ।