କଟକ ସଦର ,୦୯/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର କନ୍ଦରପୁର ଠାରେ ଥିବା ଅଗ୍ରଣୀ ସରସ୍ଵତୀ କଳା ପରିଷଦର ତିନି ଦିନିଆ ୨୦ ତମ ବାର୍ଷିକ ମହୋତ୍ସବ ଚଳିତ ମାସ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଵୋଲି ଆଜି ଶନିବାର ଦିନ କଇଜଙ୍ଗା ହନୁମାନ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ପ୍ରସ୍ତୁତି ବୈଠକରୁ ଜଣାପଡିଛି। ବାର୍ଷିକ ଉତ୍ସବରେ ହେଵାକୁ ଥିବା ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ବିଭିନ୍ନ କଳା ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାକୁ ସ୍ଥିର ହୋଇଛି।କଳା ବିହାର ଠାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଉତ୍ସବକୁ ସରସ ସୁନ୍ଦର ଓ ସଫଳ କରିଵାକୁ ପରିଷଦର ପ୍ରତିଷ୍ଠାତା ସଂପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଆଜିର ଏହି ପ୍ରସ୍ତୁତି ବୈଠକରେ ପରିଷଦର ସଭାନେତ୍ରୀ ପ୍ରତିଭା ସତପଥି,ପ୍ରଲୋପ ମହାପାତ୍ର, ଦୈତାରି ପ୍ରଧାନ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ସନ୍ଦୀପ ଚୈ।ଧୁରୀ, ସୁରଜ୍ ବେହେରା,ଅମୀୟ ପଟ୍ଟନାୟକଙ୍କ ସମେତ ପରିଷଦର କାର୍ଯ୍ୟକର୍ତ୍ତା,ସଭ୍ୟ ସଭ୍ୟା ଓ ସରସ୍ଵତୀ ସଙ୍ଗୀତ ଵିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପରିଷଦର କୋଷାଧ୍ୟକ୍ଷ ଇଂ ସେବକ ଶ୍ରୀକାନ୍ତ ଧନ୍ୟବାଦ ଦେଇଥିଲେ।
କନ୍ଦରପୁର ସରସ୍ବତୀ କଳା ପରିଷଦର ୨୦ ତମ ବାର୍ଷିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
