କଟକ ସଦର,୧୫/୦୧/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର,କିଶନନଗର ଓ ଅରିଲୋ କୃଷକ ସେବା ସମବାୟ ସମିତି ପକ୍ଷରୁ
ଖୋଲାଯାଇଥିବା ଧାନ ମଣ୍ଡି କୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆଜି
(ବୁଧବାର ଦିନ) ଉଦଘାଟନ କରିଥିବା ଜଣାଯାଇଛି। ଏଥିରେ କନ୍ଦରପୁର ଠାରେ ସମିତି ର ସଭାପତି ରାଜୀବ କୁମାର ବେଉରା, ସଂପାଦକ ଧିରେନ୍ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ବିଜେପି ମଣ୍ଡଳ ସଭାପତି ଅଭୟ ସ୍ୱ।ଇଁ, ଲକ୍ଷ୍ମୀପ୍ରିୟା ସ୍ୱ।ଇଁ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି କିଶନନଗର ଠାରେ ତହସିଲଦାର କ୍ଷୀରୋଦ କୁମାର ଦାଶ,
ସମିତି ର ସଭାପତି ବିରଞ୍ଚିନାରାୟଣ ପଣ୍ଡା, ପୂର୍ବତନ ସଭାପତି ବାଉରୀବନ୍ଧୁ ମହାନ୍ତି, ସଂପାଦକ ଚନ୍ଦ୍ର ଶେଖର ରାଉତ, ପୂର୍ବତନ ସଂପାଦକ ଅନିଲ ମଣ୍ଡଳ, ବାବୁଲାଲ ନାୟକ ପ୍ରମୁଖ ଯୋଗ ଦେଇଥିବାବେଳେ ବେଳେ ସୋମପୁର ଠାରେ ଅରିଲୋ ସମିତି ସଭାପତି କୈଳାସ ଚନ୍ଦ୍ର ଦାଶ, ସଂପାଦକ ପ୍ରଦୀପ୍ତ ଦାସ, ଅକ୍ଷୟ ସାହୁ, ବିମଳ ପଣ୍ଡା,ଯୁବ ସମାଜସେବୀ ସ୍ୱରୁପ ସୁମନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତ୍ୟେକ ମଣ୍ଡିରେ କଟନୀ ଛଟନୀ ସହ ଧାନର ମାନ ନିର୍ଦ୍ଧାରଣ ଯନ୍ତ୍ର କୁ ନେଇ ବିବାଦ ଦେଖାଦେଇଥିଲା।
କନ୍ଦରପୁର,କିଶନନଗର ଓ ଅରିଲୋ ରେ ଧାନ ମଣ୍ଡି ଉଦଘାଟିତ
