କରଣ ଏକତା ମହାମଂଚ ର ୭ମ ପ୍ରତିଷ୍ଠା ଦିବସ ପାଳିତ

କଟକ ସଦର, ୩୦/୦୪/୨୦୨୫(ଓଡ଼ିଶା ସମାଚାର)- ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ କରଣ ଏକତା ମହାମଂଚ ତାହାର ୭ମ ପ୍ରତିଷ୍ଠା ଦିବସ ପାଳନ କରିଛି । କଟକ ଜିଲା ବିରିବାଟି ଠାରେ ଥିବା ମା ତାରେଣୀ ମନ୍ଦିର ପରିସରରେ ଅନୁଷ୍ଠିତ ମହାମଂଚର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମା ଙ୍କ ପୂଜାର୍ଚ୍ଚନା କରାଯାଇ ମା ଙ୍କ ନିକଟରେ ଲେଖନ ପୂଜା କରାଯାଇଥିଲା ।

ପରେ ପରେ ମା ତାରେଣୀ ମନ୍ଦିର ନିକଟରେ କଟକ- ପାରାଦୀପ ମୁଖ୍ୟ ରାସ୍ତା କଡ଼ରେ ଜଳଛତ୍ର ଖୋଲାଯାଇ ବାଟୋଇ ମାନଙ୍କୁ ଜଳସେବା ଯୋଗାଇ ଦିଆଯାଇଥିଲା । ଏହାପରେ ମହାମଂଚର ଉପଦେଷ୍ଟା ଗୌର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା । ମହାମଂଚର ପ୍ରାଣ ପ୍ରତିଷ୍ଠାତା ସୁକାନ୍ତ ଦାସ ସଂଗଠନର ଆଭିମୁଖ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବାବେଳେ ସଂଗଠନର ସମ୍ପାଦକ ଅନିଲ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ ।

ମହାମଂଚ ର ପ୍ରତିଷ୍ଠା ଦିବସ ଉପଲକ୍ଷେ କେକ୍ କଟାଯାଇ ସମସ୍ତଙ୍କୁ ବଂଟନ କରାଯିବା ସହିତ ଉତରୀୟ ଓ ପୁଷ୍ପ ଗୁଛ ପ୍ରଦାନ କରି ସମସ୍ତ ସଦସ୍ୟ/ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ମହାମଂଚର କୋଷାଧ୍ୟକ୍ଷ ଶୁଭେନ୍ଦ୍ର ପଟ୍ଟନାୟକ ଙ୍କ ସଂଚାଳନରେ ଅନୁଷ୍ଠିତ ଉତ୍ସବରେ ଯାମିନୀକାନ୍ତ ମହାନ୍ତି,ବିଜୟ ଦାସ, ଚିନ୍ମୟ କୁମାର ମହାନ୍ତି, ଦୀପ୍ତିରଂଜନ କାନୁନଗୋ, ମନୋଜ କୁମାର ମହାନ୍ତି ,ମଳୟ ପଟ୍ଟନାୟକ, ପ୍ରଶାନ୍ତ ଦାସ,ଜ୍ୟୋତ୍ସ୍ନା ପଟ୍ଟନାୟକ, ବନ୍ଦିନୀ ପଟ୍ଟନାୟକ, ଅସିମା ଦାସ, ଆହୁତି ପୁଷ୍ପ ମଂଜରୀ ମହାନ୍ତି ,ମାମୁନୀ ଦାସ ଓ ନେହା ଦାସ ପ୍ରମୁଖ ମହାମଂଚର ପ୍ରଗତି ଓ ଅଭିବୃଦ୍ଧି ସମ୍ପର୍କରେ ସେମାନଙ୍କର ମୂଲ୍ୟବାନ ମତାମତ ଓ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର ଦାସ, ବିଭୁତି ଭୁୁଷଣ ମହାନ୍ତି, ପ୍ରସନ୍ନ କୁମାର ମହାନ୍ତି, ହିମାଂଶୁ ଶେଖର ଦାସ ଙ୍କ ସମେତ ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ସମସ୍ତ ଙ୍କୁ ମା ଙ୍କ ପ୍ରସାଦ ସେବା ଯୋଗାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *