ନିରାକାରପୁର ଥାନା ଅଂଚଳରେ ପୁଲିସର ଫ୍ଲାଗମାର୍ଚ

ନିରାକାରପୁର, ୨୨/୦୫/୨୦୨୪ (ଓଡ଼ିଶା ସମାଚାର)-୨୦୨୪ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ମତଦାନ ଲାଗି ଖୋର୍ଦ୍ଧ। ଜିଲ୍ଲା ନିରାକାରପୁର ପୁଲିସ ପକ୍ଷରୁ ଆଜି ବିଭିନ୍ନ ଅଂଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ଛକ, ରାମେଶ୍ବର , ପଦ୍ମପୁର, ଖଜୁରୀପଡ଼ା, ନିରାକାରପୁର, ପାଣ୍ଡବପାଟଣା ଓ ପାଖାପାଖି  ଅଂଚଳରେ ପୁଲିସ ଅଧିକାରୀ, ସିଏପିଏଫ କର୍ମଚାରୀଙ୍କ ସହ ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିଲେ । ଏହି ଫ୍ଲାଗ ମାର୍ଚ୍ଚରେ ଆଇଆଇସି ବିଶ୍ଵଜିତ୍ ରାଉତରାୟ,ଏସ ଆଇ   ଦିପାଲୀସ  ନାୟକ,  ଅରବିନ୍ଦ ରାଉଳ,  ଏଏସଆଇ ତପନ କୁମାର ପ୍ରଧାନ,  ଶ୍ରୀମତୀ ମଲ୍ଲିକ ଓ ଏଏସଆଇ ଶରତ କୁମାର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *