କେନ୍ଦ୍ରାପଡ଼ା, ୨୨/୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଂଚାୟତରେ ମଙ୍ଗଳବାର ସନ୍ଧ୍ୟାରେ ବିଜୁ ଜନତା ଦଳର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସହର ଉପକଣ୍ଠ ସୌଭାଗ୍ୟ ମଣ୍ଡପ ପରିସରରେ ଜିଲା ବିଜେଡି ସମ୍ପାଦକ ରାଜୁ କୁବେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଶାଳ କର୍ମୀ ସମାବେଶରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ଜିଲା ବିଜେଡି ସଭାପତି ଧିରେନ ସାହୁ, ବରିଷ୍ଠ ବିଜେଡି ନେତା ପ୍ରଦୀପ୍ତ ମହାନ୍ତି, ୮ନଂ ଜିଲା ପରିଷଦ ଜୋନ୍ ସଦସ୍ୟ ରଶ୍ମିରଞ୍ଜନ ରାଉତ, କୁଳମଣୀ ନାୟକ, ପଂଚାୟତ ବିଜେଡି ସଭାପତି ସୁଶାନ୍ତ ଦାଶ, ପୂର୍ବତନ ସରପଂଚ ପୀତବାସ ବେହେରା, ପୂର୍ବତନ ସମିତି ସଭ୍ୟ ଖଗେଶ୍ୱର ସାହୁ, ହରେକୃଷ୍ଣ ନାୟକ, ପୂର୍ବତନ ସମିତି ସଭ୍ୟ ଚିତରଞ୍ଜନ ପୃଷ୍ଟି, ତ୍ରିଲୋଚନ ଦାସ, ପୂର୍ବତନ ସରପଂଚ ଲୋପାମୁଦ୍ରା ବାରିକ ପ୍ରମୁଖ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଜାରି ରଖିବା ସହିତ ତାଙ୍କୁ ଷଷ୍ଠଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ଆସୀନ କରାଇବାକୁ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି
ଏବଂ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ନିବେଦନ କରିଥିଲେ । ସମାବେଶରେ ଉପସ୍ଥିତ ପାଂଚଶହରୁ ଉଦ୍ଧ୍ୱର୍ ବିଜୁ ଜନତା ଦଳର କର୍ମୀମାନେ ଆସନ୍ତା ଜୁନ ୧ ତାରିଖରେ ସଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରାଙ୍କୁ ଏହି ପଂଚାୟତରୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଶପଥ ଗ୍ରହଣ କରିଥିଲେ । ପଂଚାୟତ ସଭାପତି ସୁଶାନ୍ତ କୁମାର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଭୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନାତନ ଚୌଧୁରୀ, ନିରଞ୍ଜନ ସାହୁ, ସରୋଜ କୁମାର ସାହୁ, ପ୍ରକାଶ ନାୟକ, ହରିହର ରଥ, ରଶ୍ମିରଞ୍ଜନ ରଥ, ଦୀପକ ଦାସ, ପ୍ରଦୀପ ସାହୁ, ରମେଶ ପାତ୍ର, ପୂର୍ବତନ ସମିତି ସଭ୍ୟ ମୃତୁ୍ୟଞ୍ଜୟ ସାହୁ, ସରୋଜ ଦାସ, ପିତାମ୍ବର କର, ପ୍ରେମାନନ୍ଦ ନାୟକ, ମନୋରଞ୍ଜନ ସେଠୀ, ଲୁଣ୍ଡ ସେଠୀଙ୍କ ସହିତ ପଂଚାୟତର ସମସ୍ତ ୱାର୍ଡସଭ୍ୟମାନେ ଯୋଗଦେଇ ବିଜେଡି ସଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଶପଥ ନେଇଥିଲେ ।
ଗୁଲନଗର ଗ୍ରାମପଂଚାୟତରେ ବିଜୁଜନତାଦଳର ବିଶାଳ କର୍ମୀ ସମାବେଶ
