ଜାତୀୟ ସ୍ତରୀୟ ଶରତ ମହୋତ୍ସବ ଓ ମୂର୍ଚ୍ଛନାର ୨୪ ତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, ୨୬/୧୧/୨୦୨୫(ଓଡ଼ିଶା ସମାଚାର)- ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନାର ବାର୍ଷିକ ଉତ୍ସବ ଓ ଓଡ଼ିଶା କଲଚର୍ ଆର୍ଟ ଏକାଡେମୀ (ଓକା) ଅନୁଷ୍ଠାନର ଜାତୀୟ ସ୍ତରୀୟ ଶରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଧେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ସଂସ୍କୃତି ନିର୍ଦ୍ଧେଶକ ଓ ଶ୍ରୀମନ୍ଦିର ପ୍ରଶାସକ ତଥା ଆର ଡି ସି ରଞ୍ଜନ କୁମାର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ଦାସ ୨୪ ତମ ବାର୍ଷିକ ଉତ୍ସବର ବିବରଣୀ ଓ ଶରତ ମହୋତ୍ସବର ଉଦ୍ଧେଶ୍ୟ ଜ୍ଞାପନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆସନ୍ତା ଜାନୁଆରୀମାସ ୨ ତାରିଖରେ ମୂର୍ଚ୍ଛନା ପତ୍ରିକା ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ଉନ୍ମୋଚିତ ହେବ ବୋଲି ଘୋଷଣା କରିଥିଲେ । ମୁଖ୍ୟବକ୍ତା ଭାବେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ନିଗମ ଅତିରିକ୍ତ ଶାସନ ସଚିବ ନାରାୟଣ ଚନ୍ଦ୍ର ଧଳ, ବରେଣ୍ୟ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଧେଶକ ଅଶୋକ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଅଭିନବ ସିଂହ, ଦେବୀ ବାରିକ, ମିଟୁ ମିଥୁନ ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଆଲବମ୍ ଓ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ସୁବାଶିସ ମହାକୁଳ, ନ୍ୟୁଜ- ୧୮ର ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ଡ଼ ମାନସ ରଞ୍ଜନ ଦାଶ, ବରିଷ୍ଠ ବିଜେପି ନେତା ମୃତ୍ୟୁଞ୍ଜୟ ମିଶ୍ର, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଡ଼ ତ୍ରିଲୋଚନ ବରାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହିଉତ୍ସବରେ ଓଡ଼ିଶାର ୧୫୦ ଜଣ କଳାକାର, କବି ଓ ସମାଜସେବୀଙ୍କୁ ଓଡ଼ିଶା ରତ୍ନ ଓ ଜିଲା ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥାପନାରେ ଫେଷ୍ଟିଭାଲ ନିର୍ଦେଶକ ପ୍ରଦୀପ ବିହାରୀ ଓ ଫେଷ୍ଟିଭାଲ ନିର୍ଦ୍ଧେଶିକା ପ୍ରଭାତୀ ନାୟକ, ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ବିଜୟିନୀ ଦାଶ । କାର୍ଯ୍ୟକ୍ରମ ପରିଚାଳନାରେ ମୋନାଲିସା ଷଡ଼ଙ୍ଗୀ, ଅକ୍ଷୟ କୁମାର ସାମଲ, ବିଜୟ କେତନ ସାହୁ, ରଞ୍ଜନ କୁମାର ସାହୁ, ବୈଷ୍ଣବ ପ୍ରଧାନ, ପିତାମ୍ବର ପ୍ରଧାନ, ଦିବ୍ୟାଲିଶା ନାୟକ, ମୀନକେତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *