କଟକ ସଦର ,୨୨/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୫ ନମ୍ବର ଜୋନ୍ କନ୍ଦରପୁର ମଣ୍ଡଳରେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସଂଧ୍ୟାରେ ବିଜେପି ବିଧାୟକ ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଏକ ବିଶାଳ ପରିବର୍ତନ ରାଲି କରି ଦଵଦଵା ଜାହିର କରିଥିବା ଜଣାଯାଇଛି। ରାଲି ଗତିରାଉତପାଟଣା ହନୁମାନ ମନ୍ଦିର ନିକଟରୁ ବାହାରି କନ୍ଦରପୁର ବଜାର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ରାଜ୍ୟର ବହୁଚର୍ଚ୍ଚିତ ବିଜେପି ନେତା, ପୂର୍ବତନ ମନ୍ତ୍ରୀ, ବ୍ରହ୍ମପୁର ଲୋକସଭା ଆସନ ର ସାଂସଦ ପ୍ରାର୍ଥୀ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ଓ ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।
କନ୍ଦରପୁର ମଣ୍ଡଳରେ ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ଙ୍କ ପରିବର୍ତନ ରାଲି
