କିଶନନଗର ବିଜେପି ମଣ୍ଡଳରେ ହର ଘର ତ୍ରିରଙ୍ଗା ପଦଯାତ୍ରା 

କଟକ ସଦର , ୧୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ଅପରାହ୍ନରେ କିଶନନଗର ବିଜେପି ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ପଦଯାତ୍ରା ରାମଚନ୍ଦ୍ରପୁର ଠାରୁ ଆରମ୍ଭ ହୋଇ କିଶନନଗର ବଜାର ହନୁମାନ ବାଟିକା ନିକଟରେ ଉଦଯାପିତ ହୋଇଯାଇଛି।

ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ କିଶନନଗର ସରପଂଚ ସୁଜାତା ସେଠୀ, କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, କିଶନନଗର କୃଷକ ସେବା ସମବାୟ ସମିତି ସଭାପତି ବିରଞ୍ଚିନାରାୟଣ ପଣ୍ଡା, କ୍ଷିତେନ୍ଦ୍ର ମିତ୍ର, ଅନନ୍ତ ନାଥ, ବିମଳ ପଣ୍ଡା,ସମୀର ସେନାପତି ପ୍ରମୁଖ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *