କଟକ,୦୪/୦୬/୨୦୨୫ (ଓଡ଼ିଶା ସମାଚାର /ଅଭୟ ଜେନା)-କଟକ ସ୍ଥିତ କାର୍ସି ନୋଭା ହସ୍ପିଟାଲ ଆନୁକୂଲ୍ୟରେ କର୍କଟ ବିଜୟୀ ମାନଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନ୍ୟାସନାଲ ସରଭାଇବର ଡେ ଅବସରରେ ଆଶା ୨୦୨୫ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ କର୍କଟ ବିଜୟୀ ମାନଙ୍କ ସହ କର୍ମଚାରୀ ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ ।ଏଥିରେ କାର୍ସି ନୋଭା ଫାଉଣ୍ଡେସନ, ଶ୍ରୀହରି ଫାଉଣ୍ଡେସନ,ଚେତନା ଇ ମିଶନ, ଫିଜି ଫ୍ଲୋ,ଆୱାଜେନ ସଂସ୍ଥା ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟ ଚିକିତ୍ସକ କ୍ଷିତୀଶ ମିଶ୍ର ଓ ପ୍ରଜ୍ଞା ପାରମିତା ମିଶ୍ର ଉପସ୍ଥିତ ରହି କର୍କଟ ରୋଗକୁ ଭୟ ନକରିବାକୁ କହିଥିଲେ ।
କର୍କଟ ର ଉନ୍ନତ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ରେ ବିଶେଷଜ୍ଞଡାକ୍ତର ଦିଲ୍ଲୀପ ଅଗ୍ରୱାଲ, ନମ୍ରତା ଚହଲ,ମାଇକେଲ ଜନ, ସଂଯୁକ୍ତା ପହି,ସୂର୍ଯ୍ୟ ସ୍ନାତ ରଥ, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ସତ୍ୟଜିତ ମିଶ୍ର ପ୍ରମୁଖଅତିଥି ଭାବେ ଯୋଗ ଥିଲେ ।