କଟକ ସଦର , ୧୮/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ଜଣେ ଜଣାଶୁଣା ଯୁବ ସଂଗଠକ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟ ଜେନା ଗତ ୨ ତାରିଖ ଦିନ ଶଂଖ ଭବନରେ ବିଜେଡ଼ିରେ ମିଶିବାର ପନ୍ଦର ଦିନ ପରେ ଆଜି ଶନିବାର ଦିନ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସତ୍ୟଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ଜଣାପଡିଛି। ଏହା ଜଣାପଡିବା ପରେ କଟକ ସଦରରେ ଥିବା ସତ୍ୟ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।