ଅବାଧ, ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ସାଧାରଣ ପର୍ୟ୍ୟବେକ୍ଷକଙ୍କ ସହ ବିଭିନ୍ନ ରାଜନୈତିକ ଦଳ ର ପ୍ରାର୍ଥୀ ଓ ପ୍ରତିନିଧି ଙ୍କ ବୈଠକ

ଜଗତସିଂହପୁର, ୧୮/୦୫/୨୦୨୪ (ଓଡ଼ିଶା ସମାଚାର)-ଆଜି ସାଧାରଣ ପର୍ୟ୍ୟବେକ୍ଷକ ଡ. ଏଚ. ପି. ତୁମୋଡ (ଭା .ପ୍ର .ସେ) ଙ୍କ ଅଧକ୍ଷତାରେ, ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟର ସଦ୍ଭାବନା ସଭାଗୃହରେ ,ବିଭିନ୍ନ ରାଜନୈତିକ ଦଳର ପ୍ରତିଯୋଗୀ ପ୍ରାର୍ଥୀ ମାନଙ୍କ ସହିତ ସାଧାରଣ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକର ପ୍ରାରମ୍ଭ ରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଉପସ୍ଥିତ ବିଭିନ୍ନ ଦଳ ର ପ୍ରତିଯୋଗୀ ପ୍ରାର୍ଥୀ ମାନଙ୍କୁ   ସ୍ଵଚ୍ଛ ଓ ଅବାଧ ନିର୍ବାଚନ ନିମନ୍ତେ ସମସ୍ତ ଙ୍କର ସହଯୋଗ କାମନା କରିଥିଲେ । ପରେ ସାଧାରଣ ପର୍ୟ୍ୟବେକ୍ଷକ ଡ ତୁମୋଡ ଜଗତସିଂହପୁର ଜିଲ୍ଲା କୁ ନିର୍ବାଚନ ସମ୍ବେଦନଶୀଳତା ଦୃଷ୍ଟି ରୁ ଏକ ଶାନ୍ତି ପୂର୍ଣ୍ଣ ଜିଲ୍ଲା ଭାବେ ଅଭିହିତ କରିଥିଲେ। ନିର୍ବାଚନ ପ୍ରକ୍ରିୟା ରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତେଣୁ ସେମାନେ ନିର୍ବାଚନ କମିଶନ ଙ୍କ ଦ୍ଵାରା ଜାରି ସମସ୍ତ ନିୟମାବଳୀ ସହିତ ଆଦର୍ଶ ଆଚରଣ ବିଧି କୁ କଡାକଡି ଅନୁପାଳନ କରି ସମସ୍ତ କାର୍ୟ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାର୍ଥୀମାନେ ସେମାନଙ୍କ ଅସୁବିଧା ସମ୍ପର୍କରେ ନିର୍ବାଚନମଣ୍ଡଳୀ ର ଆର୍ ଓ  ଙ୍କ ନିକଟରେ ଜଣାଇଲେ ଖୁବ୍ ଶୀଘ୍ର ତାହାର ସମାଧାନ କରାଯିବ ବୋଲି ସୂଚନା ଦେଇଥିଲେ । ଏହାଛଡ଼ା ଭୋଟଗ୍ରହଣ ଦିନ ଉପସ୍ଥିତ ରହିବାକୁ ଥିବା ପାର୍ଟି ର ପୋଲିଂ ଏଜେଣ୍ଟ  ମାନଙ୍କୁ ପ୍ରାର୍ଥୀ ମାନେ  ନିର୍ବାଚନ କମିଶନ ଙ୍କ ନିୟମାବଳୀ ବିଷୟ ରେ ଅବଗତ କରାଇବେ। ଭୋଟ ଦିନ ଏଜେଣ୍ଟ ମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ବୁଥ ରେ ପହଞ୍ଚିବାକୁ ପର୍ୟ୍ୟବେକ୍ଷକ କହିଥିଲେ। ନିର୍ବାଚନ ରାଲି, ଏହାର ସମୟ, ସ୍ଥାନ , ବ୍ୟାନର ଓ ପୋଷ୍ଟର ରେ ମୁଦ୍ରାକର ଓ ପ୍ରକାଶକ ଙ୍କ ନାମ ଉଲେଖ ରହିବା,ଏଲ୍ ଇ ଡି ଭ୍ୟାନ ନିମନ୍ତେ ସୁବିଧା ଆପ ରେ ଆବେଦନ,  ମିଡିଆ ପ୍ରମାଣନ  ପାଇଁ ଏମ୍ ସି ଏମ୍ ସି  ର ଅନୁମୋଦନ, ପ୍ରଚାର ସମୟ ରେ ଜାତି,ଧର୍ମ, ଓ ଧର୍ମାନୁଷ୍ଠାନ ଭିତ୍ତିକ ପ୍ରଚାର ରୁ ଦୂରରେ ରହି ଧର୍ମ ନିରପେକ୍ଷତା  ଅବଲମ୍ବନ  ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାପରେ ୧୦୨ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ନିମନ୍ତେ ନିୟୋଜିତ ସାଧାରଣ ପର୍ୟ୍ୟବେକ୍ଷକ ଶ୍ରୀ ଏଚ୍. ଜେ. ଦେଶାଇ (IAS) ମଧ୍ୟ ଅନୁରୂପ ଉପଦେଶ ଦେଇଥିଲେ। ଆଗାମୀ ନିର୍ବାଚନ କୁ ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମଧ୍ୟ  ନିର୍ବାଚନ ମଣ୍ଡଳୀ ରେ ଆଦର୍ଶ ଆଚରଣ ବିଧି ର କଡାକଡି ପାଳନ, ନିର୍ବାଚନ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।  ଏହା ପରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା  ଜିଲ୍ଲା ରେ ଭୋଟିଙ୍ଗ ପ୍ରକ୍ରିୟା ଓ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ।  ନିର୍ବାଚନ ପ୍ରକ୍ରିୟା ରେ ଇଲେକ୍ଟୋରାଲ ରୋଲ ,ପୋଷ୍ଟାଲ ବ୍ୟାଲଟ ପ୍ରକିୟା , ଇଭିଏମ  ଭିଭିପ୍ୟାଟ ମେସିନ ର ପରିଚାଳନା,ଏମ୍ ସି ଏମ୍ ସି, ମଡେଲ ପୋଲିଙ୍ଗ ଷ୍ଟେସନ, ସଖୀବୁଥ୍, ୟୁଥ ଏବଂ ଇକୋଫ୍ରେଣ୍ଡଲି ବୁଥ୍,ବୁଥ୍ ଗୁଡିକ ରେ ଆବଶ୍ୟକୀୟ ସୁବିଧାସୁଯୋଗ, ନିର୍ବାଚନ କୁ ସଫଳ କରିବା ଦିଗରେ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ  ସମ୍ଵନ୍ଧରେ ସୂଚନା ଦେଇଥିଲେ । ଚଳିତ ନିର୍ବାଚନ ପ୍ରକ୍ରିୟା ରେ ୬୦ ପ୍ରତିଶତ ବୁଥ ରେ ୱେବ୍ କାଷ୍ଟିଂ  ବ୍ୟବସ୍ଥା ଥିବାରୁ ପୋଲିଂ ବୁଥ୍ ଗୁଡିକ ରେ ଉପସ୍ଥିତି ସମୟରେ ଏଜେଣ୍ଟ  ମାନେ ଆଦର୍ଶ ଆଚରଣ ବିଧି ଅନୁସରଣ କରିବାକୁ ଜିଲ୍ଲାପାଳ ଶ୍ରୀ ସାହା  ପ୍ରାର୍ଥୀ ମାନଙ୍କୁ କହିଥିଲେ। ଭୋଟିଂ ସମୟରେ ଏଜେଣ୍ଟ ମାନେ ବୁଥ୍ ରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ।ଏହାପରେ   ପ୍ରତିଯୋଗୀ ପ୍ରାର୍ଥୀ/ ପ୍ରତିନିଧି ମାନେ ମଧ୍ୟ ସେମାନଙ୍କ ମନରେ ଥିବା ପ୍ରଶ୍ନ ପଚାରିବା ସହ ସନ୍ଦେହ ଦୂରକରି ଥିଲେ। ଶେଷରେ ନିର୍ବାଚନ କୁ ସଠିକ ରୂପେ ପରିଚାଳନା କରିବା ନିମନ୍ତେ ନିୟୋଜିତ ସମସ୍ତ  ରାଜନୈତିକ ଦଳର ସହଯୋଗ କାମନା କରିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ମଧ୍ୟ ସବୁବେଳେ ନିୟମ ଅନୁଯାୟୀ ଶୃଙ୍ଖଳାର ସହିତ ସମସ୍ତ କାର୍ୟ୍ୟ କରିବା ପାଇଁ ମତବ୍ୟକ୍ତ କରିଥିଲେ। ପ୍ରକାଶଯୋଗ୍ୟ ଯେ ଆସନ୍ତା ଜୁନ୍ ୧ ତାରିଖରେ ଜଗତସିଂହପୁର ଲୋକସଭା ଓ ୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ ମାସ ୪ ତାରିଖ ଦିନ ଭୋଟ ଗଣତି ପ୍ରକିୟା ଅନୁଷ୍ଠିତ ହେବ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ଲଲିତ ମୋହନ ବେହେରା, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,   ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ  ତଥା ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *